ନୂଆଦିଲ୍ଲୀ: ସମସ୍ତ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିସାରିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି । ମାହିଙ୍କ ଅବସର ଘୋଷଣା ପରଠୁ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ବିଭିନ୍ନ ଅନ୍ଦାଜରେ ତାଙ୍କୁ ସମ୍ମାନ ଜଣାଉଛନ୍ତି । ହେଲେ ଏହି ମଧ୍ୟରେ ପ୍ରଶ୍ନ ଏହା ବି ଉଠୁଛି ଯେ ଅବସର ପରେ କଣ ରହିଛି ଧୋନିଙ୍କ ଆଗାମୀ ପ୍ଲାନ । ତେବେ ଏପରିସ୍ଥିତିରେ ଧୋନିଙ୍କୁ 2024ର ଲୋକସଭା ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦେଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ।
ମାହିଙ୍କୁ 2024 ଲୋକସଭା ନିର୍ବାଚନ ଲଢିବାକୁ ସୁବ୍ରମଣ୍ୟମ ସ୍ବାମୀଙ୍କ ପରାମର୍ଶ - ମାହି
ଧୋନିଙ୍କୁ 2024ର ଲୋକସଭା ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦେଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ଅଧିକ ପଢନ୍ତୁ...
![ମାହିଙ୍କୁ 2024 ଲୋକସଭା ନିର୍ବାଚନ ଲଢିବାକୁ ସୁବ୍ରମଣ୍ୟମ ସ୍ବାମୀଙ୍କ ପରାମର୍ଶ ମାହିଙ୍କୁ 2024 ଲୋକସଭା ନିର୍ବାଚନ ଲଢିବାକୁ ସୁବ୍ରମଣ୍ୟମ ସ୍ବାମୀଙ୍କ ପରାମର୍ଶ](https://etvbharatimages.akamaized.net/etvbharat/prod-images/768-512-8440653-1048-8440653-1597575298308.jpg)
ଧୋନି ସ୍ବାଧୀନତା ଦିବସ ଅବସରରେ ଶନିବାର ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅବସର ଘୋଷଣା କରିଥିଲେ। ସେ ଏହି ପୋଷ୍ଟରେ ଲେଖିଥିଲେ, ଦେଶବାସୀଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ।
ଅବସର ଘୋଷଣା କରିବାର ଗୋଟିଏ ଦିନ ପରେ ଧୋନିଙ୍କ ପାଇଁ ବିଭିନ୍ନ ଅଫର ଆସିବା ଆରମ୍ଭ ହୋଇଛି ଯେଉଁଥିରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ କରି କହିଛନ୍ତି ଯେ ଏମଏସ ଧୋନି କ୍ରିକେଟରୁ ଅବସର ନେଉଛନ୍ତି ହେଲେ ଅନ୍ୟ କୌଣସି କ୍ଷେତ୍ରରୁ ନୁହେଁ। ବାଧାବିଘ୍ନ ସହ ଲଢିବା ପାଇଁ ତାଙ୍କର ପ୍ରତିଭା ଏବଂ କ୍ରିକେଟରେ ଦଳର ନେତୃତ୍ବ ନେବାର କ୍ଷମତା ସାଧାରଣ ଜୀବନରେ ବହୁତ ଆବଶ୍ୟକ | ସେ 2024 ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଉଚିତ ବୋଲି ସ୍ବାମୀ କହିଛନ୍ତି ।