ଓଡିଶା

odisha

ETV Bharat / bharat

ଡିସଚାର୍ଜ ହେଲେ ଏସଆଇ ହରଜିତ ସିଂ, ଖଣ୍ଡାରେ ହାତ ହାଣିଥିଲେ ଦୁର୍ବୃତ୍ତ - punjab si

ପଞ୍ଜାବରେ ଲକଡାଉନ ଉଲ୍ଲଙ୍ଘନ କରୁଥିବା କିଛି ଯୁବକଙ୍କୁ ରୋକିବାରୁ , ସେମାନଙ୍କ ଆକ୍ରୋଶର ଶିକାର ହୋଇ ନିଜ ହାତ ହରାଇଛନ୍ତି ଏସଆଇ ହରଜିତ ସିଂହ । ଅଧିକ ପଢନ୍ତୁ....

ଡିସଚାର୍ଜ ହେଲେ ଏସଆଇ ହରଜିତ ସିଂ,
ଡିସଚାର୍ଜ ହେଲେ ଏସଆଇ ହରଜିତ ସିଂ,

By

Published : Apr 30, 2020, 3:53 PM IST

ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଠାରେ ଲକଡାଉନ ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସବ୍-ଇନ୍ସପେକ୍ଟର ହରଜିତ ସିଂଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏହା ସହ ହରଜିତ ସିଂଙ୍କ ପୁଅ କନଷ୍ଟେବଳ ଭାବରେ ନିଯୁକ୍ତ ହୋଇଛନ୍ତି ।

ଡିସଚାର୍ଜ ହେଲେ ଏସଆଇ ହରଜିତ ସିଂ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍ 12ରେ ପଟିଆଲାର ସବଜୀ ମଣ୍ଡିରେ କର୍ଫ୍ୟୁ ସମୟରେ ନିୟମ ଉଲ୍ଲଂଘନ କରୁଥିବା କିଛି ଯୁବକଙ୍କୁ ହରଜିତ ରୋକିଥିଲେ । ଏହି ସମୟରେ ଉକ୍ତ ଯୁବକ ମାନେ ଖଣ୍ଡା ଦ୍ୱାରା ତାଙ୍କ ହାତ କାଟି ଦେଇଥିଲେ। ଏହାପରେ ଏସଆଇ ହରଜିତ ସିଂ PGI ରେ ଚିକିତ୍ସିତ ହେଉଥିଲେ। ଆଜି(ଗୁରୁବାର) ହରଜିତ ସିଂଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ଡାକ୍ତରଖାନାରୁ ଡିସଚାର୍ଜ ହେବା ସମୟରେ ପଞ୍ଜାବ ପୋଲିସର ଡିଜିପି ଦିନକର ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ସେ ହରଜିତଙ୍କୁ ସାହସ ଦେଇଥିଲେ।

ABOUT THE AUTHOR

...view details