ଓଡିଶା

odisha

ETV Bharat / bharat

କମ ବୟସରେ ଶିକ୍ଷା ଆରମ୍ଭ ବୃଦ୍ଧା ଅବସ୍ଥାରେ ସ୍ମୃତିଶକ୍ତିକୁ କରେ ପ୍ରଖର

କମ ବୟସରୁ ପଢା ଆରମ୍ଭ କରିବା ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ। ମୁଖ୍ୟତଃ ମହିଳାମାନଙ୍କ କ୍ଷେତ୍ରରେ ସେମାନଙ୍କ ପରିଣତ ବୟସରେ ଏହା ପ୍ରଯୁଯ୍ୟ। ଯାହା ସେମାନଙ୍କୁ ସ୍ମରଣ ହ୍ରାସରୁ ରକ୍ଷା କରେ ବୋଲି ଏକ ଗବେଷଣାରୁ ଜଣାପଡିଛି।

By

Published : Jun 6, 2020, 10:15 AM IST

କମ ବୟସରେ ଶିକ୍ଷା ଆରମ୍ଭ ବୃଦ୍ଧା ଅବସ୍ଥାରେ ସ୍ମରଣଶକ୍ତିକୁ କରେ ପ୍ରଖର
କମ ବୟସରେ ଶିକ୍ଷା ଆରମ୍ଭ ବୃଦ୍ଧା ଅବସ୍ଥାରେ ସ୍ମରଣଶକ୍ତିକୁ କରେ ପ୍ରଖର

ୱାସିଂଟନ୍: କମ ବୟସରୁ ପଢା ଆରମ୍ଭ କରିବା ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ। ମୁଖ୍ୟତଃ ମହିଳାମାନଙ୍କ କ୍ଷେତ୍ରରେ ସେମାନଙ୍କ ପରିଣତ ବୟସରେ ଏହା ପ୍ରଯୁଯ୍ୟ। ଯାହା ସେମାନଙ୍କୁ ସ୍ମରଣ ହ୍ରାସରୁ ରକ୍ଷା କରେ ବୋଲି ଏକ ଗବେଷଣାରୁ ଜଣାପଡିଛି।

ମୁଖ୍ୟତଃ ଝିଅମାନେ ଅଧିକ ସମୟ ବିଦ୍ୟାଳୟରେ ପଢନ୍ତି। ଯାହାଫଳରେ ବୃଦ୍ଧାବସ୍ଥାରେ ସେମାନଙ୍କ ସ୍ମୃତି ଶକ୍ତି ଭଲ ରୁହେ। ଅଲଜାଇମର ରୋଗ ଏବଂ ଅନ୍ୟାନ୍ୟ ଡିମେନ୍ସିଆରେ ସ୍ମୃତି ଶକ୍ତି ହ୍ରାସ ପାଇଁ ଏହାର ପ୍ରଭାବ ଥାଇପାରେ । ଜର୍ଜେଟାଉନ୍ ୟୁନିଭରସିଟି ମେଡିକାଲ୍ ସେଣ୍ଟରର ଅନୁସନ୍ଧାନକାରୀଙ୍କ ଦ୍ବାରା ଏହି ଅଧ୍ୟୟନ କରାଯାଇଥିଲା ।

ଏହି ଅଧ୍ୟୟନରେ 704 ବୟସ୍କଙ୍କ ସ୍ମୃତି ପରୀକ୍ଷା କରାଯାଇଥିଲା । ନିଜର ପୁରୁଣା ସ୍ମୃତିକୁ ମନେ ପକାଇବାକୁ ସେମାନଙ୍କୁ ଅନେକ ଉଦାହରଣ ଓ ସାମଗ୍ରୀ ଦିଆଯାଇଥିଲା। ହେଲେ ଅଧିକାଶଂ ଏହାର ଉତ୍ତର ରଖିପାରିନଥିଲେ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ବାର୍ଦ୍ଧକ୍ୟ ସହିତ ସେମାନଙ୍କର ସ୍ମୃତି ପ୍ରଦର୍ଶନ ଧୀରେ ଧୀରେ ଖରାପ ହୋଇଗଲାଣି। ତଥାପି, ଅଧିକ ବର୍ଷର ପ୍ରାଥମିକ ଜୀବନ ଶିକ୍ଷା ଏହି କ୍ଷତିଗୁଡିକର ମୁକାବିଲା କରିଥିଲା, ମହିଳାମାନଙ୍କ ପାଖରେ।

ପୁରୁଷମାନଙ୍କ କ୍ଷେତ୍ରରେ, ଶିକ୍ଷାର ପ୍ରତ୍ୟେକ ବର୍ଷ ସହିତ ଜଡିତ ସ୍ମୃତି ଲାଭ ବୃଦ୍ଧାବସ୍ଥାରେ ହୋଇଥିବା କ୍ଷତିଠାରୁ ଦୁଇ ଗୁଣ ଅଧିକ ଥିଲା । ତେବେ ମହିଳାମାନଙ୍କ କ୍ଷେତ୍ରରେ ଲାଭ ପାଞ୍ଚ ଗୁଣ ଅଧିକ ଥିଲା।

ସର୍ବଭାରତୀୟ ସ୍ତରରେ ଦ୍ରୁତ ବୃଦ୍ଧାବୃଦ୍ଧ ଜନସଂଖ୍ୟାକୁ ବିଚାରକୁ ନେଇ ଏହି ଅନୁସନ୍ଧାନଗୁଡିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଫଳାଫଳଗୁଡିକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଅଧିକ ପ୍ରୟାସ କରିବାକୁ ଯୁକ୍ତି ବାଢିଛି ବୋଲି ରିଫେଗର୍ଷ୍ଟ ଗବେଷକ କହିଛନ୍ତି।

ABOUT THE AUTHOR

...view details