ନୂଆଦିଲ୍ଲୀ: କ୍ୟାମ୍ପସ ଛାଡିଲେ ଜାମିୟା ମିଲିୟା ଇସଲାମିକ୍ ୟୁନିଭର୍ସିଟି ଛାତ୍ରଛାତ୍ରୀ । ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ଦିଲ୍ଲୀର ଜାମିୟା ମିଲିୟା ୟୁନିଭର୍ସିଟି ଜାନୁୟାରୀ 5 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ୟୁନିଭରସିଟି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୋମବାର ସକାଳୁ ଛାତ୍ରଛାତ୍ରୀ କ୍ୟାମ୍ପସ ଛାଡିବା ଆରମ୍ଭ କରିଛନ୍ତି ।
କ୍ୟାମ୍ପସ ଛାଡିଲେ ଜାମିୟା ମିଲିୟା ଇସଲାମିକ୍ ୟୁନିଭର୍ସିଟି ଛାତ୍ରଛାତ୍ରୀ - Jamia Millia impact CCA upadate
ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ଦିଲ୍ଲୀର ଜାମିୟା ମିଲିୟା ୟୁନିଭର୍ସିଟି ଜାନୁୟାରୀ 5 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ୟୁନିଭର୍ସିଟି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୋମବାର ସକାଳୁ ଛାତ୍ରଛାତ୍ରୀ କ୍ୟାମ୍ପସ ଛାଡିବା ଆରମ୍ଭ କରିଛନ୍ତି ।
ଫାଇଲ ଫଟୋ
ପ୍ରକାଶ ଥାଉକି, ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ହିଂସାତ୍ମକ ପ୍ରଦର୍ଶନ ପୂର୍ବୋତ୍ତରରୁ ନେଇ ଏବେ ଦିଲ୍ଲୀର ଜାମିୟା ମିଲିୟାରେ ପହଞ୍ଚିଛି। ଏଠାକାର କାଳିନ୍ଦୀକୁଞ୍ଜରେ ବସ ଜାଳିବା ପରେ ଜାମିୟା ମିଲିୟା କ୍ୟାମ୍ପସରେ ପସିଥିବା ପ୍ରଦର୍ଶନକାରୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିୟା ନିର୍ଦ୍ଦେଶ ଦେଇଛନ୍ତି ।
Last Updated : Dec 16, 2019, 10:37 AM IST