ଗୌହାଟୀ:ନାଗରିକତା ସଂଶୋଧିତ ବିଧେୟକ ବିଲ(ସିଏବି)କୁ ଆସାମର ଗୌହାଟୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୋଧ। ଶହଶହ ଛାତ୍ରଛାତ୍ରୀ ଏକାଠି ହୋଇ ରାଲି କରିବା ସହ ନିଜ ହାତ କାଟି ରକ୍ତରେ ପୋଷ୍ଟର ଲେଖି ପ୍ରତିବାଦ କରିଛନ୍ତି।
ସିଏବିକୁ ନେଇ ଗୌହାଟୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତିବାଦ - mass torch rally
ଗୌହାଟୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗଣପ୍ରତିବାଦ। ସିଏବିକୁ ନେଇ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ଆଗକୁ ପଢନ୍ତୁ...
ଆଜି ସଂସଦରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ସିଏବିର ପ୍ରସ୍ତାବ ରଖିଥିଲେ । ଏହାସହ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ନାଗରିକତା ସଂଶୋଧିତ ବିଧେୟକ ବିଲକୁ ସମର୍ଥନ କରିଛନ୍ତି। ଏହାର ପ୍ରତିବାଦରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି। ଏନେଇ ଆୟୋଜିତ ହୋଇଥିବା ପ୍ରତିବାଦ ସଭାରେ ଗାୟକ ଦିକ୍ଷୁ, ଅଚୁର୍ଯ୍ୟ ବରପାତ୍ରା, ଅଭିନେତା ରବି ଶର୍ମା ଏବଂ ଅନ୍ୟ ଲୋକ ସାମିଲ ହୋଇଥିଲେ।
ନାଗରିକତା ସଂଶୋଧିତ ବିଧେୟକ ଦ୍ବାରା ଭାରତର ପଡୋଶୀ ରାଷ୍ଟ୍ରରେ ଧାର୍ମିକ ଦୃଷ୍ଟିକୋଣରୁ ନିର୍ଯାତନର ଶିକାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।
TAGGED:
mass torch rally