ଓଡିଶା

odisha

ETV Bharat / bharat

ଅନଲାଇନ କ୍ଲାସ ନିଶା: ପାହାଡ ଉପରେ ତମ୍ବୁଟାଣି ବିଦ୍ୟାର୍ଥୀଙ୍କ ପାଠପଢା - online class

ଅପହଞ୍ଚ ଇଲାକାରେ କର୍ଣ୍ଣାଟକର ବେଲଥାନଗଡି ଅଞ୍ଚଳ । ଦୀର୍ଘ 12 ବର୍ଷ ଧରି ନେଟଓ୍ବାର୍କ ସଂଯୋଗ ପାଇଁ ଗୁହାରୀ କରୁଥିଲେ ମଧ୍ୟ ଦୁଃଖ ଶୁଣୁନି ପ୍ରଶାସନ । ଅଧିକ ପଢନ୍ତୁ...

ଅନଲାଇନ କ୍ଲାସ ପାଇଁ ନେଟଓ୍ବାର୍କ ସଂଯୋଗ କରିବାକୁ ପାହାଡ ଉପରେ ତମ୍ବୁଟାଣି ପଢୁଛନ୍ତି ବିଦ୍ୟାର୍ଥୀ
ଅନଲାଇନ କ୍ଲାସ ପାଇଁ ନେଟଓ୍ବାର୍କ ସଂଯୋଗ କରିବାକୁ ପାହାଡ ଉପରେ ତମ୍ବୁଟାଣି ପଢୁଛନ୍ତି ବିଦ୍ୟାର୍ଥୀ

By

Published : Jul 25, 2020, 1:24 PM IST

ବେଙ୍ଗାଲୁରୁ: ବର୍ତ୍ତମାନ ଟେକ୍ନୋଲୋଜି ସବୁ କ୍ଷେତ୍ରରେ ପ୍ରବେଶ କରିଛି । ଏହା କେବଳ ସହରାଞ୍ଚଳରେ ସୀମିତ ହୋଇ ରହିନାହିଁ, ବର୍ତ୍ତମାନ ଏହା ଗ୍ରାମାଞ୍ଚଳରେ ବେଶ ଉପଯୋଗ ହେଉଛି । କିନ୍ତୁ ଏହା ଯେ, ଅନତି ଦୂର ଗ୍ରାମଗୁଡିକରେ ଉପଲବ୍ଧ ଥିବା କହିବାଟା ଭୁଲ ଅଟେ। କାରଣ ଏବେବି ଦେଶର ଅନେକ ସ୍ଥାନ ଅଛି ଯେଉଁଠି ଇଣ୍ଟରନେଟ ସଂଯୋଗ କରିବା ଅତି କଷ୍ଟସାଧ୍ୟ ଅଟେ ।

କନ୍ନଡ ଜିଲ୍ଲାର ବେଲଥାନଗଡି ଅଞ୍ଚଳରେ ଇଣ୍ଟରନେଟ ସଂଯୋଗ ପାଇବା ଦୈନନ୍ଦିନ ସମସ୍ୟା ହୋଇଗଲାଣି । ଶିବାଜୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପେରଲା, ପସୋଡି, ମାୟାର୍ଡି, ବଙ୍ଗେରଡକା, ପାଟିମାରୁ, ନିରାନା, ଭାନ୍ଦିହୋଲ, ବୁଡାଡାମାକିରେ ରହୁଥିବା 500ରୁ ଅଧିକ ପରିବାର ଇଣ୍ଟରନେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇଣ୍ଟରନେଟ ସଂଯୋଗ ପାଇବା ପାଇଁ ସେମାନେ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି । ଗ୍ରାମବାସୀ ସମ୍ପୃକ୍ତ ଲୋକ ପ୍ରତିନିଧି ଏବଂ ଅଧିକାରୀମାନଙ୍କୁ ଏ ବିଷୟରେ ଜଣାଇଛନ୍ତି, କିନ୍ତୁ କୌଣସି ସୁଫଳ ମିଳି ନାହିଁ।

ନା ଅଛି କୌଣସି ଟାୱାର, ନା ଅଛି ନେଟୱାର୍କ, ନେଟୱାର୍କ ସଂଯୋଗ ପାଇବା ପାଇଁ ଲୋକଙ୍କ ସଂଗ୍ରାମ ପାଇଁ ଶିବାଜେ ଗାଁ ହେଉଛି ଏକ ବଡ ଉଦାହରଣ । ଏଠାରେ କୌଣସି ଲୋକଙ୍କ ମୋବାଇଲରେ ଟାୱାର ନାହିଁ । ଏପରିକି ନିକଟସ୍ଥ ସ୍ଥାନରୁ କୌଣସି ନେଟୱାର୍କ ସୁବିଧା ନାହିଁ । ଏହିପରି ଏହି ଗାଁର ଲୋକମାନେ ସମସ୍ତ ବିକାଶରୁ ବଞ୍ଚିତ ଅଛନ୍ତି ।

ଅନଲାଇନ କ୍ଲାସ ପାଇଁ ନେଟଓ୍ବାର୍କ ସଂଯୋଗ କରିବାକୁ ପାହାଡ ଉପରେ ତମ୍ବୁଟାଣି ପଢୁଛନ୍ତି ବିଦ୍ୟାର୍ଥୀ

ନେଟୱାର୍କ ସମସ୍ୟା ହେତୁ ଉଭୟ ଶିକ୍ଷକ ଏବଂ ଛାତ୍ରମାନେ ଚିନ୍ତିତ ଅଛନ୍ତି । କୋରୋନା ହେତୁ ଦେଶରେ ପାରମ୍ପରିକ ଶ୍ରେଣୀଗୃହର ଶିକ୍ଷାଦାନ ପ୍ରଣାଳୀକୁ ବଦଳାଇ ଅନଲାଇନ କ୍ଲାସ ଆରମ୍ଭ କରାଯାଇଛି । ଅନଲାଇନ କ୍ଲାସ ଆରମ୍ଭ ହେବା ପରଠାରୁ, ଏହି କ୍ଷେତ୍ରରେ କୌଣସି ନେଟୱାର୍କ ନାହିଁ । ନେଟୱାର୍କ ସମସ୍ୟା ହେତୁ ଉଭୟ ଶିକ୍ଷକ ଏବଂ ଶିବାଜୀ ଗ୍ରାମପଞ୍ଚାୟତର 400 ରୁ ଅଧିକ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ଅଛନ୍ତି। ଅନଲାଇନ କ୍ଲାସ ପାଇଁ ନେଟୱାର୍କର ଆବଶ୍ୟକତା ଥିବାରୁ ଏହି ଅଞ୍ଚଳର ବିଦ୍ୟାର୍ଥୀମାନେ ନେଟୱାର୍କ ପାଇଁ ଉପଯୁକ୍ତ ସ୍ଥାନ ଖୋଜୁଛନ୍ତି । ଗ୍ରୀଷ୍ମ ଋତୁରେ ସେମାନେ ନେଟୱାର୍କ ପାଇଁ ପାହାଡ କିମ୍ବା ଗଛ ଉପରେ ଚଢି ନେଟଓ୍ବାର୍କ ସଂଯୋଗ କରିପାରିବେ, କିନ୍ତୁ ବର୍ଷା ଋତୁରେ ଏପରି ସ୍ଥାନକୁ ଯିବା ଅସମ୍ଭବ ଅଟେ । ବର୍ଷା ସମୟରେ ଅନଲାଇନ କ୍ଲାସରେ ଯୋଗଦେବା ପାଇଁ କିପରି ଇଣ୍ଟରନେଟ ସଂଯୋଗ ପାଇପାରିବେ, ତାହା ଛାତ୍ରମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ବେଲଥାନଗଡି ଅଞ୍ଚଳର ବିଦ୍ୟାର୍ଥୀମାନେ ନେଟଓ୍ବାର୍କ ସଂଯୋଗ ନେଇ ପାହାଡ ଉପରେ ଏକ ତମ୍ବୁ ରଖି ଅନଲାଇନ କ୍ଲାସରେ ଯୋଗଦେବା ପାଇଁ ସଂଘର୍ଷ କରୁଛନ୍ତି । ଇଣ୍ଟରନେଟ ପାଇଁ ବସ ଷ୍ଟାଣ୍ଡ, ମନ୍ଦିର ପରିସର ଏବଂ ନିକଟସ୍ଥ ଘରଗୁଡ଼ିକରେ ଅଳ୍ପ ସଂଖ୍ୟକ ଛାତ୍ର ଆଶ୍ରୟ ନେଇଛନ୍ତି । ଥରେ ଅନେକ ଛାତ୍ର ଗୋଟିଏ ଅଞ୍ଚଳରେ ଏକାଠି ହେଲେ ପୁନର୍ବାର ନେଟୱାର୍କ ସମସ୍ୟାଗୁଡ଼ିକ ଦେଖାଯାଏ । ଏହିପରି ଭାବେ ଛାତ୍ରଛାତ୍ରୀ ଓ ଶିବାଜୀ ଗ୍ରାମପଞ୍ଚାୟତର ଶିକ୍ଷକମାନେ ଇଣ୍ଟରନେଟ ସଂଯୋଗ ପାଇବାକୁ ପାହାଡ ଉପରେ ଏକ ତମ୍ବୁ ଟାଣିଛନ୍ତି । ମଶାକୁ ଏଡାଇବା ପାଇଁ ଛାତ୍ରମାନେ ଟେଣ୍ଟକୁ କପଡ଼ାରେ ଘୋଡାଇ ରଖିଛନ୍ତି ଏବଂ ମଶା କଏଲ ବ୍ୟବହାର କରୁଛନ୍ତି।

ଜଣେ ସ୍ଥାନୀୟ ଲୋକ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି ଏବଂ ଇଟିଭି ଭାରତ ମାଧ୍ୟମରେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, “ଦୟାକରି ଆମର ସମସ୍ୟାର ସମାଧାନ କରନ୍ତୁ ଏବଂ ଆମକୁ ମୁଖ୍ୟ ସ୍ରୋତକୁ ଆଣନ୍ତୁ” । 'ଦୀର୍ଘ 12 ବର୍ଷ ଧରି ଲୋକମାନେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଲୋକ ପ୍ରତିନିଧିଙ୍କୁ ଅନୁରୋଧ କରିଆସୁଛନ୍ତି, କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହିଛି । ଦୁଇ ବର୍ଷ ପୂର୍ବେ ଏକ ଘରୋଇ କମ୍ପାନୀ ଏକ ଟାୱାର ସ୍ଥାପନ କରିବାକୁ ପ୍ରତିଶୃତି ଦେଇଥିଲା, କିନ୍ତୁ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଛି । ନେଟୱାର୍କ ସମସ୍ୟା ହେତୁ, ଏହି ଅଞ୍ଚଳର ପିଲାମାନେ ନେଟୱାର୍କ ସଂଯୋଗ କରିବାକୁ ପାହାଡ ଅଞ୍ଚଳ ଯିବାକୁ ବାଧ୍ୟ ହୋଇଛନ୍ତି । ଯଦି କର୍ତ୍ତୃପକ୍ଷ ଆମର ପ୍ରକୃତ ନିବେଦନକୁ ଅଣଦେଖା କରନ୍ତି, ତେବେ ଆମେ ନିଶ୍ଚିତ ଭାବରେ ଆନ୍ଦୋଳନ କରିବୁ'।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details