ଓଡିଶା

odisha

ETV Bharat / bharat

ସରଜିଲ ଇମାମକୁ ମୁକ୍ତ କରିବାକୁ ଜେଏନୟୁ ଛାତ୍ରଙ୍କ ଦାବି - ଜେଏନୟୁ ଛାତ୍ରଙ୍କ ଦାବି

ଜେଏନୟୁ ଛାତ୍ର ସରଜିଲ ଇମାମର ଗିରଫଦାରୀକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି ସମୟରେ ବିରୋଧ କରୁଥିବା ଛାତ୍ର ମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

ସରଜିଲ ଇମାମକୁ ମୁକ୍ତ କରିବାକୁ ଜେଏନୟୁ ଛାତ୍ରଙ୍କ ଦାବି
ସରଜିଲ ଇମାମକୁ ମୁକ୍ତ କରିବାକୁ ଜେଏନୟୁ ଛାତ୍ରଙ୍କ ଦାବି

By

Published : Feb 3, 2020, 4:55 AM IST

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସରଜିଲ ଇମାମର ଗିରଫଦାରୀକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି ସମୟରେ ବିରୋଧ କରୁଥିବା ଛାତ୍ର ମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଛନ୍ତି । କେବଳ ଏତିକି ନୁହେଁ ସରଜିଲ ଇମାମ ନିର୍ଦ୍ଦୋଷ ଓ ତାଙ୍କ ଉପରେ ଲାଗିଥିବା ସମସ୍ତ ଦଫା ହଟାଇ ମୁକ୍ତ କରିବାକୁ ଦାବି କରିଛନ୍ତି ।

ତେବେ କିଛି ଛାତ୍ର ଛାତ୍ର ସଂସଦ ଉପରେ ବି ଏଥିପାଇଁ ପ୍ରଶ୍ନ ଉଠାଇଛନ୍ତି । ଏହା ଦୁର୍ଭାଗ୍ୟପୂର୍ଣ୍ଣ କଥା ଯେ, ବିଶ୍ବ ବିଦ୍ୟାଳୟର ଜଣେ ଛାତ୍ର ସମସ୍ୟାରେ ପଡିଥିବା ବେଳେ ଛାତ୍ର ସଂସଦ ଏଥିପାଇଁ ଆଗକୁ ଆସୁନାହିଁ । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଧାରଣାରତ ଛାତ୍ରଛାତ୍ରୀ କହିଛନ୍ତି ।

ଅନ୍ୟପଟେ ସରଜିଲ ଇମାମ ଏମିତି କିଛି ଭୁଲ କଥା କହିନାହାଁନ୍ତି ଯେ, ସରକାର ତାଙ୍କୁ ଦେଶଦ୍ରୋହ ମାମଲାରେ ଛନ୍ଦି ଦେଇଛନ୍ତି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details