ଓଡିଶା

odisha

ETV Bharat / bharat

କୋରୋନା ଭୟ: ବିନା ପରୀକ୍ଷାରେ ପାସ୍ ଛାତ୍ରଛାତ୍ରୀ - କୋରୋନା ଖବର

ଛତିଶଗଡରେ 1-9 ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

corona upadate news
ବିନା ପରୀକ୍ଷାରେ ପାସ୍ ଛାତ୍ରଛାତ୍ରୀ

By

Published : Apr 1, 2020, 8:45 AM IST

ରାୟପୁର: ସମଗ୍ର ଦେଶରେ ଆତଙ୍କ ଖେଳାଇଛି ମାରାତ୍ମକ କୋରୋନା ଭାଇରସ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ 21ଦିନ ଲକ ଡାଉନ ଘୋଷଣା କରାଯାଇଥିବା ସର୍ତ୍ତ୍ବେ ପ୍ରତିଦିନ ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ସମଗ୍ର ଦେଶରେ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିଛି । ତେଣୁ ଶିକ୍ଷାନୁଷ୍ଠାନମାନଙ୍କରେ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଏଭଳି ସ୍ଥିତିରେ ଛତିଶଗଡରେ 1-9 ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପ୍ରକାଶ ଥାଉକି, ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ବର୍ତ୍ତମାନ ବିଶ୍ବର 200ଟି ଦେଶ ସମେତ ଭାରତରେ ନିଜର କାୟା ବିସ୍ତାର କରିଛି । ଯାହାକୁ ନେଇ ଭାରତରେ ବର୍ତ୍ତମାନ 1397 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂକ୍ୟା 35 ରେ ପହଞ୍ଚିଛି ।

ABOUT THE AUTHOR

...view details