ଓଡିଶା

odisha

ETV Bharat / bharat

JNU ଛାତ୍ର ଆନ୍ଦୋଳନ: ଫିସ୍ କମିବା ପରେ ମଧ୍ୟ ବିବାଦ ଜାରି - JNU ଛାତ୍ର ଆନ୍ଦୋଳନ

ହଷ୍ଟେଲ ଫିସ୍ କମିବା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିଛି ଛାତ୍ର ସଙ୍ଗଠନ । ଗୁରୁବାର ମଣ୍ଡିଠାରୁ ଯନ୍ତରମନ୍ତର ଯାଏଁ ବିଶାଳ ସମାବେଶ ।

ଫାଇଲ ଫଟୋ

By

Published : Nov 14, 2019, 12:11 PM IST

ନୂଆଦିଲ୍ଲୀ: ହଷ୍ଟେଲ ଫିସ୍ ବଢିବାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ଜବାହାର ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ବୁଧବାର ସନ୍ଧ୍ୟାରେ ବିଶ୍ବବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ବଢିଥିବା ଫିସକୁ ସାମାନ୍ୟ କମାଇଥିଲେ । ତେବେ ଏହି ନୂଆ ଫିସରେ ମଧ୍ୟ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାଁନ୍ତି ।

ନୂଆ ଫିସ୍ ମୁତାବିକ,


1. ସିଙ୍ଗର ରୁମର ଚାର୍ଚ୍ଚ 20 ଟଙ୍କାରୁ ବଢି 600ଟଙ୍କା କରାଯାଇଛି । ବିପିଏଲଧାରୀଙ୍କୁ 300ଟଙ୍କା ।

2. ଡବଲ୍ ରୁମର ଚାର୍ଚ୍ଚ 10ଟଙ୍କା ଥିବା ବେଳେ ଏହାକୁ ବଢାଯାଇ 300ଟଙ୍କା କରାଯାଇଛି କିନ୍ତୁ ବିପିଏଲଧାରୀଙ୍କୁ 150ଟଙ୍କା ।

3. ପାଣି ଓ ବିଦ୍ୟୁତ ବିଲ୍ ପାଇଁ ଟଙ୍କା ନିଆଯାଉନଥିବା ବେଳେ ଏଥର ସେହି ଫିସ୍ ମଧ୍ୟ ନିଆଯିବ କିନ୍ତୁ ବିପିଏଲଧାରୀଙ୍କୁ 50 ପ୍ରତିଶତ ରିହାତି

4. ସର୍ଭିସ ଚାର୍ଚ୍ଚକୁ ଏଥିରେ ସମ୍ମିଳିତ କରାଯାଇ ନାହିଁ ।

5. କନସନ୍ ମନି 12,000 କରାଯାଇଥିଲା ମାତ୍ର ଆନ୍ଦୋଳନ ପରେ ଏହାକୁ ପୁଣି 5,500 ରଖାଯାଇଛି ।

ତେବେ ଏହି ବୈଠକ ଗୋପନରେ ହୋଇଥିବା ବେଳେ ଏଥିରେ କୌଣସି ଅଧ୍ୟାପକଙ୍କୁ ସାମିଲ କରାଯାଇନଥିଲା । ତେଣୁ ଏବେବି ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ସପକ୍ଷରେ ରହିଛି । ଗୁରୁବାର ଏହି ଆନ୍ଦୋଳନ ମଣ୍ଡିଠାରୁ ଆରମ୍ଭ କରାଯାଇ ଯନ୍ତରମନ୍ତର ଯାଏଁ ଯିବ ।

ABOUT THE AUTHOR

...view details