ଚଣ୍ଡିଗଡ: ସାରା ବିଶ୍ବକୁ କବଳିତ କରି ରଖିଛି ମହାମାରୀ କୋରୋନା ଭାଇରସ । ଧନୀ ହେଉ କି ଗରିବ, କେହି ବି ଏଥିରୁ ବର୍ତ୍ତିପାରିନାହାନ୍ତି । ଦୀର୍ଘ ଦିନରୁ ସ୍କୁଲରେ ଝୁଲୁଛି ତାଲା । ଦେଶର ଅନ୍ୟ ରାଜ୍ୟଗୁଡିକ ପରି ହରିୟାଣାରେ ମଧ୍ୟ ସମାନ ଅବସ୍ଥା । ସେପଟେ ଅନଲାଇଲ କ୍ଲାସ ଯୋଗେଁ ଛାତ୍ରାଛାତ୍ରୀଙ୍କୁ ଶିକ୍ଷାଦାନ ଦିଆ ଯାଉଥିବା ଦାବି କରୁଛନ୍ତି ଶିକ୍ଷକ । ହେଲେ ରାଜ୍ୟର ସୁଦୁର ପଛୁଆ ଅଞ୍ଚଳର ଚିତ୍ର କିନ୍ତୁ ଭିନ୍ନ । ଏଭଳି ସଙ୍କଟ ସମୟରେ ପଛୁଆ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ହେଉଛନ୍ତି ବଞ୍ଚିତ ।
ଏ ହେଉଛି ଦେଶର ସବୁଠୁ ଅଧିକ ପଛୁଆ ଅଞ୍ଚଳର ନୁହୁର ଚିତ୍ର । ପୂର୍ବରୁ ଏହି ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବାବେଳେ ଏବେ କୋରୋନା ଏଠାକାର ଛାତ୍ରଛାତ୍ରୀଙ୍କ ପାଇଁ ବୋଝ ଉପରେ ନଳିତାବିଡା ସାଜିଛି । ସମ୍ପୂର୍ଣ୍ଣ ବିଧ୍ବସ୍ତ ହୋଇପଡିଛି ଶିକ୍ଷାବ୍ୟବସ୍ଥା । ଅନଲାଇନ ଶିକ୍ଷାଦାନ ପାଇଁ ଏଜୁସାଟ ଠୁ ଆରମ୍ଭ କରି ହ୍ବାଟ୍ସଆପ ଯାଏଁ ସବୁକିଛି ସୁବିଧା ଉପଲବ୍ଧ ରହିଛି । 61 ପ୍ରତିଶତ ଛାତ୍ରଛାତ୍ରୀ ଏହି ସୁବିଧାର ଲାଭ ଉଠାଉଥିବା ଦାବି କରୁଛି ଶିକ୍ଷା ବିଭାଗ । ହେଲେ ଇଟିଭି ଭାରତ ଏହି ଅଞ୍ଚଳରେ ପହଞ୍ଚି ଯାଞ୍ଚ କରିଛି ବାସ୍ତବ ଚିତ୍ର ।