ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡି ଅଞ୍ଚଳରେ ଏସସିଏସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଆତ୍ମହତ୍ୟା କରିଥିବାର ଖବର ମିଳିଛି। ମରିବା ପୂର୍ବରୁ ଛାତ୍ର ଜଣଙ୍କ ନିଜ ରୁମର କାନ୍ଥରେ 'ଜୀବନର ଅନ୍ତିମ ଲକ୍ଷ୍ୟ ମୃତ୍ୟୁ' ବୋଲି କାଗଜରେ ଲେଖି ଲଗାଇଛନ୍ତି ।
ଏ ଘଟଣାର ପୋଲିସର କହିବା କଥା ଯେ , ମୃତକ ଛାତ୍ର ଜଣକ ହେଲେ ଶକ୍ତି । ସେ ବିହାର ବେଗୁସରାଇର ବାସିନ୍ଦା। ସେ ସନ୍ତ ନଗରର ବୁରାଡିରେ ଏକ ଭଡାଘରେ ରହୁଥିଲେ । ଶକ୍ତି ଏସଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଆସି ଦିଲ୍ଲୀରେ ରହୁଥିଲେ।
ଶନିବାର ତାଙ୍କ ରୁମର ଫ୍ୟାନରେ ସେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ପହଞ୍ଚି ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏସଏସସି ଛାତ୍ରଙ୍କ ଆତ୍ମହତ୍ୟା ଏହାପରେ ପୋଲିସ ଯୁବକଙ୍କ ଘର ଛାନଭିନ କରିବା ସମୟରେ କାନ୍ଥ ସାରା ସୁଇସାଇଡ ନୋଟ ଲଗାଯାଇଥିଲା । ଯେଉଁଥିରେ 'ଜୀବନର ଅନ୍ତିମ ଲକ୍ଷ୍ୟ ମୃତ୍ୟୁ' ବୋଲି ଲେଖାହୋଇଥିଲା । ଏହିଭଳି ଅନେକ କଥା ମଧ୍ୟ ଲେଖାହୋଇଥିଲା। ହେଲ ସୁଇସାଇଡ ନୋଟରେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯାଇଥିବା ଲେଖା ହୋଇନାହିଁ।
ମୃତକ ଏକ ତରଫା ପ୍ରେମର ଶିକାର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଆଉ ଏଥିରେ ଧୋକା ମିଳିବା ଯୋଗୁଁ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ହେଲେ ମୃତକଙ୍କ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇ ଥିବାବେଳେ, ଏ ଘଟଣାର ତଦନ୍ତ କରୁଛି ପୋଲିସ।