ଓଡିଶା

odisha

By

Published : Feb 20, 2020, 8:12 PM IST

ETV Bharat / bharat

ପରୀକ୍ଷା ହଲରେ ଟିକଟକ, ଭିଡିଓ ଭାଇରାଲ

ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ରାଜନଗର ବିଦ୍ୟାଳୟର ଜଣେ ଛାତ୍ରୀ ପରୀକ୍ଷା ଆରମ୍ଭ ହେବାର କିଛି ସମୟରେ ଇଂରାଜୀ ପ୍ରଶ୍ନପତ୍ରର ଫଟୋ କ୍ଲିକ କରି ଏକ ଟିକଟକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

student makes tiktok video in exam hall, west bengal exam hall tiktok video, tiktok video controversy, ଟିକଟକ ଭିଡିଓକୁ ନେଇ ବିବାଦ, ଛାତ୍ରୀଙ୍କ ପରୀକ୍ଷା ହଲରେ ଟିକଟକ ଭିଡିଓ, ପଶ୍ଚିମବଙ୍ଗରେ ପରୀକ୍ଷା ହଲରେ ଟିକଟକ ଭିଡିଓ
ଛାତ୍ରୀଙ୍କୁ ମହଙ୍ଗା ପଡିଲା ପରୀକ୍ଷା ହଲରେ ଟିକଟକ ଭିଡିଓ

କୋଲକାତା: ବଢିବାରେ ଲାଗିଛି ଟିକଟକର ଦୁର୍ବ୍ୟବହାର । ବିଶେଷ କରି ଅଧିକାଂଶ ଛାତ୍ରଛାତ୍ରୀମାନେ ଏହି ଭିଡିଓ କରୁଥିବା ଦେଖିବାକୁ ମିଳୁଛି । ହେଲେ ନିକଟରେ ସମସ୍ତ ସୀମା ପାର କରିଛନ୍ତି ପଶ୍ଚିମବଙ୍ଗ, ମାଲଦା ଜିଲ୍ଲା ରାଜନଗର ବିଦ୍ୟାଳୟର ଜଣେ ଛାତ୍ରୀ । ଛାତ୍ରୀ ଜଣଙ୍କ ପରୀକ୍ଷା ଆରମ୍ଭ ହେବାର କିଛି ସମୟରେ ଇଂରାଜୀ ପ୍ରଶ୍ନପତ୍ରର ଫଟୋ କ୍ଲିକ କରି ଏକ ଟିକଟକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଛାତ୍ରୀଙ୍କୁ ମହଙ୍ଗା ପଡିଲା ପରୀକ୍ଷା ହଲରେ ଟିକଟକ ଭିଡିଓ

ସୂଚନା ମୁତାବକ ପରୀକ୍ଷା ସମୟରେ ସମସ୍ତ ସ୍କୁଲ ଓ କଲେଜରେ ପରୀକ୍ଷା ହଲ ଭିତରକୁ ମୋବାଇଲ ଫୋନ ବ୍ୟାନ ହୋଇଥିବା ବେଳେ ପଶ୍ଚିମବଙ୍ଗର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ହଲ ଭିତରକୁ ଫୋନ ନେଇଥିଲେ ଓ ଏହାର ବ୍ୟବହାର କରିଥିଲେ ତାହା ଜଣା ପଡିପାରିନାହିଁ । ତେବେ ଘଟଣାଟି ପ୍ରଘଟ ହେବା ପରେ ଛାତ୍ରୀ ଜଣଙ୍କୁ ଗୁରୁବାର ଜିଲ୍ଲା ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି ।

ତେବେ ଅନ୍ୟ ଏକ ଆଶ୍ଚର୍ଯ କଥା ହେଉଛି କି ଭାଇରାଲ ଭିଡିଓରେ ଦେଖାଯାଇଥିବା ପ୍ରଶ୍ନପତ୍ରରେ ବୋର୍ଡର କୌଣସି ଲୋଗୋ ରହିନଥିଲା । ସେପଟେ ଏନେଇ ଡବ୍ଲୁବିବିଏସଇ ଅଧ୍ୟକ୍ଷ କଲ୍ୟାଣମୋୟ ଗାଙ୍ଗୁଲି କହିଛନ୍ତି କି ସେ ଗଣଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଖୁବଶୀଘ୍ର ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି । ତେବେ ଭିଡିଓରେ ଦେଖାଯାଇଥିବା ପ୍ରଶ୍ନପତ୍ର ପ୍ରକୃତ ପ୍ରଶ୍ନପତ୍ର କି ମିଛ ସେନେଇ ମଧ୍ୟ ତଦନ୍ତ ହେବ ବୋଲି ସେ କହିଛନ୍ତି ।

ସମ୍ପୃକ୍ତ ଘଟଣାରେ ସମ୍ପୃକ୍ତ ପରୀକ୍ଷା ଇନଚାର୍ଜ ଓ ସିକ୍ୟୁରିଟିକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ମଙ୍ଗଳବାର ଘଟିଥିବା ଏହି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଏସପି ଆଲୋକ ରଜୌରିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details