ଚେନ୍ନାଇ: ଦେଶରେ କୋରୋନା ସଙ୍କଟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି କେରୋନା ସଙ୍କଟ ମଧ୍ୟରେ ଦେଶରେ ଜେଇଇ ଏବଂ ନିଟ୍ ପରୀକ୍ଷା ମଧ୍ୟ କରାଯାଉଛି । ଏହି ସମୟ ମଧ୍ୟରେ, ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ କାର୍ଡ ନଆସିବାରୁ ଜଣେ 17 ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଝିଅଟି ତାମିଲନାଡୁର ପୁଧୁକୋଟ୍ଟାଇ ଜିଲ୍ଲାର ହରିଶ୍ମା ବୋଲି ଜଣାପଡିଛି ।
ଆଡମିଟ୍ କାର୍ଡ ନ ପାଇ ନିଟ୍ ପରୀକ୍ଷାର୍ଥୀଙ୍କ ସୁଇସାଇଡ୍ - ଆଡମିଟ୍ କାର୍ଡ ନ ପାଇବାରୁ ନିଟ୍ ପରୀକ୍ଷାର୍ଥୀଙ୍କ ସୁଇସାଇଡ୍
ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ କାର୍ଡ ନଆସିବାରୁ ଜଣେ 17 ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଝିଅଟି ତାମିଲନାଡୁର ପୁଧୁକୋଟ୍ଟାଇ ଜିଲ୍ଲାର ହରିଶ୍ମା ବୋଲି ଜଣାପଡିଛି । କିନ୍ତୁ ଦୁଃଖର ବିଷୟ ଯେ, ଆତ୍ମହତ୍ୟା କରିବାର ପରଦିନ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ତାଙ୍କ ଘରେ ପହଞ୍ଚିଥିଲା ଆଡମିଟ କାର୍ଡ। ଅଧିକ ପଢନ୍ତୁ...
![ଆଡମିଟ୍ କାର୍ଡ ନ ପାଇ ନିଟ୍ ପରୀକ୍ଷାର୍ଥୀଙ୍କ ସୁଇସାଇଡ୍ ଆଡମିଟ୍ କାର୍ଡ ନ ପାଇବାରୁ ନିଟ୍ ପରୀକ୍ଷାର୍ଥୀଙ୍କ ସୁଇସାଇଡ୍](https://etvbharatimages.akamaized.net/etvbharat/prod-images/768-512-05:05:16:1599046516-death-0209newsroom-1599046439-1034.jpg)
ଆଡମିଟ୍ କାର୍ଡ ନ ପାଇବାରୁ ନିଟ୍ ପରୀକ୍ଷାର୍ଥୀଙ୍କ ସୁଇସାଇଡ୍
ସୂଚନାମୁତାବକ, ଝିଅଟି ଦ୍ୱାଦଶ ଶ୍ରେଣୀରେ ପାସ୍ କରି ନିଟ୍ ପରୀକ୍ଷା ଦେବାକୁ ଅପେକ୍ଷା କରିଥିବାବେଳେ ତାଙ୍କୁ ଆଡମିଟ କାର୍ଡ ମିଳିନଥିଲା । ଯେଉଁଥିରେ ଛାତ୍ରୀ ଜଣକ ଭାଙ୍ଗିପଡି ସୁଇସାଇଡ୍ କରିଥିଲା । ସେ ଭାବିଥିଲେ ଯେ, ସେ ନିଟ୍ ପରୀକ୍ଷା ଦେଇ ପାରିବେ ନାହିଁ ଏବଂ ଏହି କାରଣରୁ ସେ ଡାକ୍ତର ବି ହୋଇପାରିବେ ନାହିଁ। ଏହି ଚିନ୍ତାରେ ଝିଅଟି ନିଜ ଜୀବନ ହାରିଥିଲା ।
କିନ୍ତୁ ଦୁଃଖର ବିଷୟ ଯେ, ଆତ୍ମହତ୍ୟା କରିବାର ପରଦିନ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ତାଙ୍କ ଘରେ ଆଡମିଟ କାର୍ଡ ପହଞ୍ଚିଥିଲା। ହରିଶ୍ମା ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି।