ନୂଆଦିଲ୍ଲୀ: କୋଭିଡ -19 ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ । ଏହି କାରଣରୁ ସାରା ଦେଶରେ ଲକଡାଉନରେ ଥିବା ଲୋକଙ୍କୁ ସାମାଜିକ ଦୂରତ୍ବ ରଖିବାକୁ କୁହାଯାଇଛି । କିନ୍ତୁ ଧାଡିରେ ଠିଆ ହେବାବେଳେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର | ତେବେ ନୋଏଡାର ଏପିଜେ ସ୍କୁଲର ଛାତ୍ର ପାର୍ଥ ବନସାଲ, ଏହାକୁ ଲକ୍ଷ କରି ଲକଡାଉନ୍ ସମୟରେ ଏକ ଡିଭାଇସ୍ ଡିଜାଇନ୍ କରିଛନ୍ତି, ଯାହା ଦ୍ବାରା ଲୋକମାନେ ସାମାଜିକ ଦୂରତାକୁ ଅନୁସରଣ କରିପାରିବେ ।
ପାର୍ଥ ହାତରେ ପିନ୍ଧିବା ପାଇଁ ଏକ ମେସିନ ବନାଇଛନ୍ତି, ଯାହା ଆପଣଙ୍କୁ ଏକ ମିଟର ଦୂରତାରେ ସତର୍କ କରାଇବ କି, ଆପଣଙ୍କର ସାମାଜିକ ଦୂରତା ସମାପ୍ତ ହୋଇ ସାରିଛି। ଦ୍ୱାଦଶ ଛାତ୍ରଙ୍କ ଏଭଳି ଆବିଷ୍କାର ପାଇଁ ଚଳିତ ବର୍ଷ ତାଙ୍କୁ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରାଯାଇଛି । APJ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀର ଛାତ୍ର ହେଉଛନ୍ତି ପାର୍ଥ ବନ୍ସଲ୍ | ପାର୍ଥ ବନ୍ସଲ ଅଳ୍ପ ବୟସରେ ଅନେକ ଉଦ୍ଭାବନ କରିଛନ୍ତି । ତାଙ୍କର ସର୍ବଶେଷ ଉଦ୍ଭାବନ ହେଉଛି ଅଲଟ୍ରାସୋନିକ୍ ସେନ୍ସର ଦ୍ୱାରା ନିର୍ମିତ ଏକ ଯନ୍ତ୍ର | ହାତରେ ଏହି ମେସିନ୍ ପିନ୍ଧିବା ପରେ, ଯଦି ଜଣେ ବ୍ୟକ୍ତି ଏକ ମିଟର ଦୂରତା ମଧ୍ୟରେ ଆସେ, ତେବେ ଏହା ଆଲାରାମ ପରି ବାଜିବା ଆରମ୍ଭ କରିବ ଏବଂ ସାମାଜିକ ଦୂରତାକୁ ସଠିକ୍ ଭାବରେ ଅନୁସରଣ କରିବା ପାଇଁ ବ୍ୟକ୍ତିଙ୍କୁ ସଚେତନ କରିବ ।