ରାଞ୍ଚି: କୌଣସି ଗଛ ମୂଳେ ନୁହେଁ କି ଗାଁ ଦାଣ୍ଡରେ ନୁହେଁ, ସ୍କୁଲରେ ପାଠ ପାଢୁଛନ୍ତି ପିଲା । ଗୋଟିଏ ହାତରେ କଲମ ଆଉ ଆର ହାତରେ ଛତା । ବର୍ଷା ଦିନ ଆସିଲେ ପିଲାଏ ହାତରେ ବହିବ୍ୟାଗ ସହ ଧରି ଆସନ୍ତି ଛତା । କାରଣ ସ୍କୁଲ ଛାତ କଣା ପଟେ ପଡେ ବର୍ଷା ପାଣି । ଏପରି ଏକ ସ୍କୁଲ ରହିଛି ଝାଡଖଣ୍ଡ ମୁରେଠାକୁର ଗାଁରେ ।
ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ର: ସ୍କୁଲରେ ଛତା ଧରି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ - under umbrella in school
ଛାତ ଅଛି ହେଲେ ହାତରେ ଛତା ଧରି ପାଠ ପଢୁଛନ୍ତି ସ୍କୁଲ ପିଲା । ବିଦ୍ୟାଳୟର ଏପରି ଦୂରାବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପିଲାଙ୍କର ପାଠ ପଢିବାର ଇଚ୍ଛା ଯୋଗୁଁ ଚାଲିଛି ସ୍କୁଲ । ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ଫଳ ଶୂନ ।
ଫଟୋ ସୌଜନ୍ୟ:ଏଏନଆଇ
ସ୍କୁଲର ଏହି ସମସ୍ୟା ଦିନକୁ ଦିନ ବଢିଚାଲିଛି । ଯେତେ ଅଭିଯୋଗ କଲେ ମଧ୍ୟ ଶୁଣୁ ନାହାଁନ୍ତି ବିଭାଗୀୟ ଅଧିକାରୀ । ମୋଟ 170 ପିଲାଙ୍କୁ ନେଇ ଏହି ବିଦ୍ୟାଳୟ । ପିଲାଙ୍କ ପାଇଁ 7ଟି ଶ୍ରେଣୀଗୃହ ଥିବାବେଳେ 3ଟିର ଅବସ୍ଥା କହିବା ଭଲ । ବର୍ଷା ଯୋଗୁଁ ପାଠ ପଢାରେ ଅସୁବିଧା ହୁଏ ବୋଲି କହିଛନ୍ତି ପିଲା ।
ବର୍ଷା ପାଣିରେ ବହି ଓଦା ହୋଇଯିବା ସହ ଏତେ ସମୟ ଓଦା ହୋଇ ବସିରହିବା କଷ୍ଟକର ହେଉଛି । ତେଣୁ ବର୍ଷା ହେଲେ ଛତା ନେଇ ଆମେ ଆସୁବୋଲି କହିଛନ୍ତି ସପ୍ତମ ଶ୍ରେଣୀର ଛାତ୍ର ରତିକାନ୍ତ ପ୍ରଧାନ ।