ବେଙ୍ଗାଲୁରୁ: ବିଶ୍ବବ୍ୟାପୀ କୋରୋନା ବିରୋଧରେ ଲଢେଇ ଜାରି ରହିଛି । ଇତିମଧ୍ୟରେ କର୍ଣ୍ଣାଟକର ଜଣେ ଷ୍ଟ୍ରିଟ୍ କଳାକାର ବାଦଲ ନନଜୁନ୍ଦାସ୍ବାମୀ ନିଜ 3ଡି ଆର୍ଟ ଜରିଆରେ ଲୋକଙ୍କୁ କୋରୋନା ସଚେତନ କରିଛନ୍ତି । ବେଙ୍ଗାଲୁରୁର ରାସ୍ତାରେ ସେ କୋରୋନା ଭାଇରସର 3ଡି ଚିତ୍ର ଆଙ୍କିଛନ୍ତି । ଏଥିସହ ବାଦଲ ଚିତ୍ର ମଧ୍ୟରେ ଘରେ ରହିବାକୁ ବି ପରାମର୍ଶ ଦେଇଛନ୍ତି ।
ସେହିପରି ରାସ୍ତାରେ ଉପରେ ଚିତ୍ରିତ ଏହି 3ଡି ଆର୍ଟ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ଏଥିସହ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଧ୍ୟାନର ସହ ଏହାକୁ ଦେଖୁଛନ୍ତି । ତେବେ ରାସ୍ତା ଉପରେ ତିଆରି ହୋଇଥିବା ଏହି ଆର୍ଟରେ ବିଭିନ୍ନ ରଙ୍ଗର ବ୍ୟବହାର କରାଯାଇଛି ।