ଓଡିଶା

odisha

ETV Bharat / bharat

ବିମାନ ବନ୍ଦରରେ କୁକୁରଙ୍କ ଦୌରାତ୍ମ୍ୟ ଯୋଗୁଁ ଅଟକିଲା ବିମାନ ଅବତରଣ

ବିମାନ ଅବତରଣ ସମୟରେ କୁକୁର ସାଜିଲେ ବାଧକ। ପ୍ରାୟ 15 ମିନିଟ ପରେ ଏୟାର ଇଣ୍ଡିଆର ଏକ ବିମାନ ଅବତରଣ କରିବାରେ ସକ୍ଷମ ହୋଇଛି ।

By

Published : Aug 14, 2019, 12:16 PM IST

ପ୍ରତିକାତ୍ମକ ଫଟୋ

ପାଣାଜୀ: ବିମାନବନ୍ଦରରେ ବୁଲାକୁକୁରଙ୍କ ଦୌରାତ୍ମ୍ୟ ଯୋଗୁଁ ଏୟାର ଇଣ୍ଡିଆର ଏକ ବିମାନର ଅବତରଣ କରିବା ସମୟରେ ଅସୁବିଧାର ସାମ୍ନା କରିବାକୁ ପଡିଛି।ଏହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ କହିବା ଅନୁସାରେ ମଙ୍ଗଳବାର ସକାଳେ ଗୋଆର ଡାବୋଲିମ୍ ଅନ୍ତଃର୍ଜାତୀୟ ବିମାନବନ୍ଦରରେ ବୁଲା କୁକୁରଙ୍କ ଉପସ୍ଥିତି ଯୋଗୁଁ ମୁମ୍ବାଇ-ଗୋଆ ଏୟାର ଇଣ୍ଡିଆର ଏକ ବିମାନରେ ସହଜରେ ଅବତରଣ କରି ପାରିନଥିଲା ।

ଏନେଇ ଜଣେ ଯାତ୍ରୀ ଟ୍ବିଟ କରି ଲେଖିଥିଲେ ଯେ, ସେ ମୁମ୍ବାଇରୁ ଗୋଆ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଥିଲେ । ହେଲେ ବିମାନ ଅବତରଣ କରିବାର ଅଳ୍ପ ସମୟ ପୂର୍ବରୁ ପାଇଲଟ ରନୱେରେ କୁରୁରଙ୍କୁ ଦେଖିଥିଲେ । ବିମାନର ପାଇଲଟ ବିମାନକୁ ଲ୍ୟାଣ୍ଡିଂ ନକରି ଅଟକାଇ ରଖିଥିଲେ । ପ୍ରାୟ 15 ମିନିଟ ପରେ ଯାଇ ସେ ଅବତରଣ କରାଇଥିଲେ । ଏ ବିଷୟରେ ପାଇଲଙ୍କୁ ପଚାରିବାରୁ ସେ କହିଛନ୍ତିଯେ, ରନଓ୍ବେରେ ୫-୬ କୁକୁର ଥିଲେ । ଯାହା ଅତି ବିପଦ ଜନକ ସ୍ଥିତି ଥିଲା ।

ଏହି ଘଟଣାରେ ଆଇଏନଏସ ହଂସାଙ୍କ କହିବାନୂଯାୟୀ, ସେ କୁକୁର ଓ ପକ୍ଷୀଙ୍କୁ ରୋକିବାକୁ ଅଧିକାରୀଙ୍କୁ ନିଯୁକ୍ତି କରିବେ ଯାହାଦ୍ବାରା ଏଭଳି ଘଟଣାର ପୁନରାବୃତ୍ତି ଘଟିବ ନାହିଁ । ଗୋଆ ବିମାନବନ୍ଦରର ଜଣେ ଅଧିକାରୀଙ୍କୁ ଏବାବଦରେ ପଚାରିବାରୁ ସେ କହିଛନ୍ତି, ଏହି କଥିତ ଘଟଣାର ଯାଞ୍ଚ କରାଯିବ । ମାମଲାକୁ ନେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଦିଗମ୍ବର କାମାତ୍ ତଦନ୍ତ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, କ'ଣ ଡିଜିସିଏ ଏହାକୁ ଗମ୍ଭୀରତାର ସହ ନେଇ ଏହା ଉପରେ ଧ୍ୟାନ ଦେବ। ଯାତ୍ରୀଙ୍କ ସୁରକ୍ଷା ବିପର୍ଯ୍ୟସ୍ଥ ହୋଇପଡିଛି । ସେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ବିଟ ମାଧ୍ୟମରେ ଜଣାଇଛନ୍ତି।

ABOUT THE AUTHOR

...view details