ବେଙ୍ଗାଲୁରୁ: କର୍ଣ୍ଣାଟକ ଚିନ୍ତାମଣି ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହସ୍ପିଟାଲ କର୍ମଚାରୀମାନେ କାର୍ଯ୍ୟବନ୍ଦ ଧାରଣାରେ ଥିବାରୁ ରୋଗୀଙ୍କ ବଦଳରେ ମେଡିକାଲ ବେଡରେ କୁକୁର ଶୋଇଥିବା ଦେଖିବାକୁ ମିଳିଛି ।
ଆନ୍ଦୋଳନରେ ମେଡିକାଲ କର୍ମଚାରୀ, ରୋଗୀଙ୍କ ବେଡରେ ଶୋଉଛନ୍ତି କୁକୁର - 13 ଦିନ ଦରି ଆନ୍ଦୋଳନରେ ମେଡିକାଲ କର୍ମଚାରୀ
13ଦିନ ଧରି ଆନ୍ଦୋଳନରେ ମେଡିକାଲ କର୍ମଚାରୀ । ହସ୍ପିଟାଲ ବେଡରେ ଶୋଉଛନ୍ତି କୁକୁର । ଭିଡିଓ ଭାଇରାଲ ହେବା ପରେ ଉଦବେଗ ପ୍ରକାଶ । ଏ ହେଉଛି କର୍ଣ୍ଣାଟକ ଚିକାବାଲପୁର ଚିନ୍ତାମଣି ହସ୍ପିଟାଲର ଘଟଣା ।
ମେଡିକାଲ ବେଡରେ ରୋଗୀଙ୍କ ବଦଳରେ ଶୋଉଛନ୍ତି କୁକୁର
ଗତ 13 ଦିନ ଧରି ନିଜର କିଛି ସମସ୍ୟାକୁ ନେଇ ହସ୍ପିଟାଲର କର୍ମଚାରୀମାନେ କାର୍ଯ୍ୟବନ୍ଦ ଧାରଣା ଦେଇ ଆନ୍ଦୋଳନ କରିଛନ୍ତି । ଫଳରେ ହସ୍ପିଟାଲରେ ରୋଗୀ ସେବା ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ତେବେ ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀଙ୍କ ଅନୁପସ୍ଥିତିରେ ବୁଲା କୁକୁରମାନେ ହସ୍ପିଟାଲ ମଧ୍ୟରେ ଅବାଧରେ ପ୍ରବେଶ କରି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବେଡରେ ଶୋଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ହସ୍ପିଟାଲରେ ଏପରି ଅବ୍ୟବସ୍ଥା ପାଇଁ ସାଧାରଣରେ ଉଦବେଗ ଦେଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ