ହାଇଦ୍ରାବାଦ: ସମାଜକୁ ଭଲ ମାର୍ଗରେ ଚଳାଇବାକୁ ହେଲେ ଆଇନର ନିହାତି ଆବଶ୍ୟକ । ଯଦି ସଠିକ ଆଇନ ବ୍ୟବସ୍ଥା ନଥାଏ ତେବେ ସ୍ବଭାବିକ କଥା, ସମାଜରେ ଅଧିକ ବିଶୃଙ୍ଖଳା ବଢିଯିବ । କିନ୍ତୁ ଆପଣ କେବେ ଭାବିଛନ୍ତି କି ସମାଜକୁ ଶୃଙ୍ଖଳିତ କରୁଥିବା ଆଇନ ହିଁ ସମାଜର ମନ ଯଦି ବିଶୃଙ୍ଖଳା କରିଦିଏ ତେବେ ସମାଜର ଅବସ୍ଥା କଣ ହେବ । ବିଶ୍ବରେ ଏପରି ବହୁତ ଦେଶ ଅଛି ଯାହାର ଆଇନ ସମ୍ପର୍କରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ମଦ, ସିଗାରେଟ, ତମ୍ବାଖୁ, ପାନ, ବିଡି ଉପରେ ପ୍ରତିବନ୍ଧ ଲଗାଇବା ଆପଣ ଶୁଣିଥିବେ । ହେଲ ଚୁଇଙ୍ଗମ ଖାଇବାରେ କଟକଣା ଲାଗିବା କେବେ ଶୁଣିନଥିବେ । ସିଙ୍ଗାପୁରରେ 2004 ମସିହାରୁ ଚୁଇଙ୍ଗମ ଖାଇବା ଉପରେ ବ୍ୟାନ କରାଯାଇଛି । କାରଣ ସିଙ୍ଗାପୁର ସରକାରଙ୍କ ଆଇନ କହୁଛି ଚୁଇଙ୍ଗମ ଖାଇ ଏଣେତେଣେ ଫପାଡିବା ସଫେଇ କାର୍ଯ୍ୟରେ ବାଧା ଉପୁଜୁଛି । ତେଣୁ ଆଜକୁ 15 ବର୍ଷ ହେବ ଏହି ଦେଶରେ ଚୁଇଙ୍ଗମ ଖାଇବା ମନା ।