ନୂଆଦିଲ୍ଲୀ: ସିଏଏକୁ ନେଇ ଜଳୁଛି ଦିଲ୍ଲୀ । ହିଂସା କ୍ରମଶଃ ଉଗ୍ର ରୂପ ନେବା ସହ ଚାରିଆଡେ ବ୍ୟାପିବାକୁ ଲାଗିଲାଣି । ଅଶାନ୍ତ ହେବାରେ ଲାଗିଛି ଜାତୀୟ ରାଜଧାନୀ । ଜାଫରାବାଦରେ ସକାଳ ସମୟରୁ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ଏବେ କାଲି ଠାରୁ କୁହୁଳୁଥିବା ଧୂଆଁ ମଙ୍ଗଳବାର ଅପରାହ୍ନପେ ନିଆଁର ରୂପ ନେଇଛି । ପୋଲିସ ଓ ପ୍ରଦର୍ଶନକାରୀ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ସମ୍ଭାଳିବାକୁ ଯାଇ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ କରିଛି ପୋଲିସ । ଅନ୍ୟପଟେ ପ୍ରଦର୍ଶନକାରୀଙ୍କ ଭିଡ ଲଗାତାର ଭାବରେ ପୋଲିସ ଉପରକୁ ପଥର ମାଡ ଜାରି ରଖିଛନ୍ତି ।
ମଙ୍ଗଳବାର ପୋଲିସ ଅନେକ ସମୟ ଧରି ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ପ୍ରଦର୍ଶନକାରୀ ମାନେ ବାରମ୍ବାର ବ୍ୟାରିକେଡ ଭାଙ୍ଗିବା ସହ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିବା ଚେଷ୍ଟା ଜାରି ରଖିଥିଲେ । ପରେ ବିକ୍ଷୋଭକାରୀମାନଙ୍କ ଉଗ୍ରତାକୁ ଦେଖି ପୋଲିସକୁ ଅଣାୟତ୍ତ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ବଳ ପ୍ରୟୋଗ କରିବାକୁ ପଡିଥିଲା ।