ହାଇଦ୍ରାବାଦ: ଏମିତି ଅନେକ ଜୀବଜନ୍ତୁଙ୍କ ସମ୍ପର୍କରେ ଆପଣ ଜାଣିଥିବେ, ଯେଉଁମାନେ ଖୁବ୍ ବିଷାକ୍ତ ହୋଇଥାଆନ୍ତି । ଏମାନଙ୍କ ସ୍ପର୍ଶ ମାତ୍ରେ ହିଁ ଜୀବନ ଚାଲିଯିବାର ଭୟ ଲାଗିରହିଥାଏ । କିନ୍ତୁ ଆପଣ ଦୁନିଆର ସବୁଠାରୁ ବିଷାକ୍ତ ମାଛ ସମ୍ପର୍କରେ ଜାଣିଛନ୍ତି କି?
ହଁ ଆଜ୍ଞା, ଏମିତି ଏକ ମାଛ ହେଉଛି ଷ୍ଟୋନ ଫିସ୍ । ଏହା ସାଧାରଣତଃ ସମୁଦ୍ରରେ ଦେଖିବାକୁ ମିଳିଥାଏ । ଏହା ଦେଖିବାକୁ ଏକ ପଥର ଖଣ୍ଡ ସଦୃଶ୍ୟ । ଏହି କାରଣରୁ ହିଁ ଏହା ଏକ ମାଛ ବୋଲି ଲୋକେ ଚିହ୍ନିପାରି ନଥାନ୍ତି । ଯଦି ଭୁଲରେ ଏହି ମାଛ ଉପରେ କାହାର ପାଦ ପଡିଯାଏ ତେବେ ସେଥିରୁ ବିଷ ବାହାରିଥାଏ । ଏମିତିକି ଏହା ଉପରେ ପାଦ ରଖିଥିବା ବ୍ୟକ୍ତିର ଗୋଡ ମଧ୍ୟ କାଟିବାକୁ ପଡିଥାଏ । ଆଉ ଟିକିଏ ଅସାବଧାନତା ମୃତ୍ୟୁର କାରଣ ସାଜିଥାଏ ।