ହାଇଦ୍ରାବାଦ: ଲଣ୍ଡନର କେଣ୍ଟ ୟୁନିଭର୍ସିଟି ଅନୁଯାୟୀ, ହାଲକା ଧ୍ବନୀରେ ଗୀତ ଶୁଣିବା ଦ୍ବାରା ଶରୀରର ସମସ୍ତ ସ୍ନାୟୁ ସଠିକ୍ ଭାବେ କାର୍ଯ୍ୟ କରିବା ସହ ପାର୍କିନସନ୍ ରୋଗ ହେବାରୁ ମଧୟ ରକ୍ଷା କରିଥାଏ । ଦିନକୁ ଦୁଇଥର କାନକୁ ଧିର ଶବ୍ଦ ଦ୍ବାରା ଉତ୍ତେଜିତ କଲେ ଶରୀରରେ ସଞ୍ଚାଳନ ସଠିକ୍ ରୂପରେ ହେବା ଦ୍ବାରା ଶରୀର ସକ୍ରିୟ ରହିବା ସହ ନିର୍ଣ୍ଣୟ ନେବା କ୍ଷମତା, ଭଲ ନିଦ ମଧ୍ୟ ଆସିଥାଏ । ପାଞ୍ଚମାସ ଲଗାତାର ଏହି ଥେରାପି ଦେବା ଦ୍ବାରା ଏହାର ପ୍ରଭାବ ଲମ୍ବା ସମୟ ଯାଏଁ ଅନୁଭୂତ ହୋଇଥାଏ । କୌଣସି ଚିନ୍ତା ନରହିବା ସହ ସକାରତ୍ମକ ଚିନ୍ତାଧାରା ମଧ୍ୟ ଆସିଥାଏ ।
ଏହି ଥେରାପି ସବୁଠାରୁ ସହଜ, କୌଣସି ଥେରାପିଷ୍ଟଙ୍କ ବିନା ସହାୟତାରେ ଘରେ ବସି ଭଲ ହେଡସେଟ୍ ଲଗାଇ ଗୀତ ଶୁଣିପାରିବେ । ଶରୀରରେ ଡୋପାମାଇନ ନାମକ ହରମୋନ ଯାହା ନ୍ୟୁରୋଟ୍ରାନ୍ସମିଟର ଭାବରେ ବି କାର୍ଯ୍ୟ କରିଥାଏ । ଡୋପାମାଇନର ଅଭାବରେ ସାଧାରଣତଃ ଡୋପାମାଇନ ରିପ୍ଲେସମେଣ୍ଟ ଥେରାପି ଦିଆଯାଇଥାଏ ମାତ୍ର ଏହି ଥେରାପି ବଦଳରେ ‘Easy to use device’ ନାମକ ଥେରାପି ଦିଆଯାଏ । ଏହି ଥେରାପି ସାହାର୍ଯ୍ୟରେ ପାର୍କିନସନ୍ ରୋଗ କମିଥିବାର ଦେଖିବାକୁ ମିଳେ ।
ପାର୍କିନସନ୍ ରୋଗ କଣ?