ନୂଆଦିଲ୍ଲୀ: ଏବେ ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେବ ଷ୍ଟେରୋଏଡ । ଯାହା କୋରୋନା ମୃତ୍ୟୁ ହାର କମାଇବାରେ ସାହାଯ୍ୟ କରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପରିଚାଳିତ ଏବଂ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲ୍ ଦ୍ୱାରା ବୁଧବାର ପ୍ରକାଶିତ 7ଟି ଅଧ୍ୟୟନରୁ ମିଳିଥିବା ଫଳାଫଳଗୁଡିକର ବିଶ୍ଳେଷଣରୁ ଜଣାପଡିଛି ଯେ, ଅତିରିକ୍ତ ଅମ୍ଲଜାନ ଦରକାର କରୁଥିବା କୋଭିଡ୍ ରୋଗୀଙ୍କୁ ଷ୍ଟେରୋଏଡ ଦିଆଯିବା ଫଳରେ ଚିକିତ୍ସାର ପ୍ରଥମ ମାସରେ ମୃତ୍ୟୁର ଆଶଙ୍କା ପ୍ରାୟ ଏକ ତୃତୀୟାଂଶ ହ୍ରାସ ହେଉଛି ।
ଏବେ ଗୁରୁତର କୋରୋନା ରୋଗୀଙ୍କୁ ଦିଆଯିବ ଷ୍ଟେରୋଏଡ - COVID-19
ଏବେ ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେବ ଷ୍ଟେରୋଏଡ । ଯାହା କୋରୋନା ମୃତ୍ୟୁ ହାର କମାଇବାରେ ସାହାଯ୍ୟ କରିବ । ଏପଟେ WHO ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଷ୍ଟେରୋଏଡକୁ ସୁପାରିଶ କରିଛି । ଅଧିକ ପଢନ୍ତୁ...
ପ୍ଲାସେବୋ ଚିକିତ୍ସା କିମ୍ବା ପ୍ରଚଳିତ ଚିକିତ୍ସା ତୁଳନାରେ ଏହା ଅଧିକ ଲାଭଦାୟକ। ତେବେ ଅତିରିକ୍ତ ଅମ୍ଳଜାନ ଆବଶ୍ୟକ କରୁଥିବା ଗୁରୁତର ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି । ଇମ୍ପେରିଆଲ୍ କଲେଜ ଲଣ୍ଡନର ଡକ୍ଟର ଆନ୍ଥୋନୀ ଗର୍ଡନ୍ ଏହି ଫଳାଫଳକୁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି, କିନ୍ତୁ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଫଳାଫଳ ଯେତିକି ପ୍ରଭାବଶାଳୀ, ଏହା ସେତେ ଉପଶମ ନୁହେଁ ।
ଏହି ଷ୍ଟେରୋଏଡ ଔଷଧ ଶସ୍ତା ଓ ବହୁଳ ଭାବରେ ଉପଲବ୍ଧ ଏବଂ ଦଶନ୍ଧି ଧରି ବ୍ୟବହୃତ ହୋଇଆସୁଛି । କିନ୍ତୁ ଏହା ଫୁସଫୁସକୁ କ୍ଷତି ପହଞ୍ଚାଇଥାଏ, ଯାହା ଘାତକ ପ୍ରମାଣିତ ହୋଇପାରେ । WHO ବୁଧବାର ଚିକିତ୍ସା ପରାମର୍ଶ ଜାରି କରି ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଷ୍ଟେରୋଏଡକୁ ସୁପାରିଶ କରିଥିବା ବେଳେ କମ୍ ଅସୁସ୍ଥ ରୋଗୀମାନଙ୍କ ପାଇଁ ଏହାକୁ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି ।