ଡେରାଡୁନ୍: ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଶନିବାର କୋଭିଡ-19 ସମୟରେ 'କୋରୋନା ଯୋଦ୍ଧା'ଙ୍କ ପ୍ରୟାସକୁ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏଭଳି ମହାମାରୀ ଠାରୁ ବିଶ୍ବକୁ ରକ୍ଷା କରିବା ପାଇଁ ସମସ୍ତେ କିଛି ପଦକ୍ଷେପ ନେବା ଉଚିତ ବୋଲି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି ।
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ଦଲାଇ ଲାମା ବିଶ୍ବବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି," କୋରୋନା ମହାମାରୀ ପାଇଁ ବର୍ତ୍ତମାନ ଆମେ ସମସ୍ତେ ଯେଉଁ ସମୟ ଦେଇ ଗତି କରୁଛେ ତାହା ଅତ୍ୟନ୍ତ ଦୁଃଖଦାୟକ । ଅତୀତରେ ଘଟି ଯାଇଥିବା ଆମର କର୍ମଫଳ ସ୍ବରୂପ ଏହି ସମୟ ବର୍ତ୍ତମାନ ଆସିଛି । କିନ୍ତୁ ଭବିଷ୍ୟତରେ ଏଭଳି ମହାମାରୀକୁ ଆମେ ସମସ୍ତେ ପ୍ରତିରୋଧ କରିବା ଉଚିତ ।"