ଓଡିଶା

odisha

ETV Bharat / bharat

ଯୁବତୀଙ୍କୁ ଠକି ଦେଲେ ମାଟ୍ରିମୋନିଆଲ୍ ଜ୍ବାଇଁ ପୁଅ, ମିଛ କହି ଲୁଟି ନେଲେ 10 ଲକ୍ଷ - 10 ଲକ୍ଷ ଲୁଟି ନେଲେ ବରପାତ୍ର

ଠକେଇର ଶିକାର ହୋଇଛନ୍ତି ବେଙ୍ଗାଲୁରର ଜଣେ ଯୁବତୀ। । ମିଛ କହି ଜଣେ ବ୍ୟକ୍ତି ତାଙ୍କ ପାଖରୁ 10 ଲକ୍ଷ ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ଘଟଣାକୁ ନେଇ ଦକ୍ଷିଣ-ପୂର୍ବ ବିଭାଗର ସାଇବର କ୍ରାଇମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ଯୁବତୀଙ୍କୁ ଠକି ଦେଲେ ମାଟ୍ରିମୋନିଆଲ୍ ବର, ମିଛ କହି ଲୁଟି ନେଲେ 10 ଲକ୍ଷ
ଯୁବତୀଙ୍କୁ ଠକି ଦେଲେ ମାଟ୍ରିମୋନିଆଲ୍ ବର, ମିଛ କହି ଲୁଟି ନେଲେ 10 ଲକ୍ଷ

By

Published : Aug 30, 2020, 8:50 AM IST

ବେଙ୍ଗାଲୁରୁ: ଦିନକୁ ଦିନ ବଢିଚାଲିଛି ଚୋରି ଓ ଠକେଇ ମାମଲା। ବିଶ୍ବାସରେ ଜଣକୁ ସାହାଯ୍ୟ କରିବା ପରେ ଠକି ଦେଇ ଚାଲିଯାଉଛନ୍ତି ଅବିଶ୍ବାସୀ ଲୋକ। ତେବେ ବିଭିନ୍ନ ସମୟରେ ସାଇବର ଠକେଇ ମାମଲା ନଜିର ଆସୁଥିଲେ ମଧ୍ୟ ଲୋକମାନେ ଏହାକୁ ନେଇ ସଚେତନ ହେଉ ନାହାଁନ୍ତି। ବିଭିନ୍ନ ଅନଲାଇନ ସାଇଟରେ ବନ୍ଧୁତା କରିବା ସହ ବିଭିନ୍ନ ଅସୁବିଧାରେ ପଡୁଛନ୍ତି।

ତେବେ ସେମିତି ଏକ ଠକେଇର ଶିକାର ହୋଇଛନ୍ତି ବେଙ୍ଗାଲୁରୁର ଜଣେ ଯୁବତୀ। । ମିଛ କହି ତାଙ୍କୁ ପାଖରୁ ଜଣେ ବ୍ୟକ୍ତି 10 ଲକ୍ଷ ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ଘଟଣାକୁ ନେଇ ଦକ୍ଷିଣ-ପୂର୍ବ ବିଭାଗର ସାଇବର କ୍ରାଇମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ଯୁବତୀଙ୍କୁ ଠକି ଦେଲେ ମାଟ୍ରିମୋନିଆଲ୍ ବର, ମିଛ କହି ଲୁଟି ନେଲେ 10 ଲକ୍ଷ

ସୂଚନା ଅନୁସାରେ, ସହରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଏହି ଯୁବତୀ ଜଣକ ମାଟ୍ରିମୋନିଆଲ୍ ୱେବସାଇଟରେ ନିଜ ପାଇଁ ବର ପାତ୍ର ଖୋଜୁଥିଲେ। ସେଥିରେ ଜଣେ ଯୁବକ ଜଗଜିତ ସିଂ ସହ ତାଙ୍କର ପରିଚିତ ହୋଇଥିଲା। ତେବେ କଥାବାର୍ତ୍ତା ହେବାର କିଛି ଦିନ ପରେ ଉକ୍ତ ଯୁବକ ତାଙ୍କ ମାଙ୍କ ଦେହ ଭଲ ନଥିବା ଯୁବତୀଙ୍କୁ ଜଣାଇଥିଲେ। ଏବଂ ତାଙ୍କ ମାଙ୍କୁ ଲୁଧିଆନାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କହିଥିଲେ। ତେବେ ଜଗଜିତ୍ ଯୁବତୀଙ୍କୁ ଏନେଇ ମିଛ କହିବା ସହ 10 ଲକ୍ଷ ଟଙ୍କା ସାହାଯ୍ୟ ମାଗିଥିଲେ ।

ଏହା ପରେ ଯୁବକ ଜଣକ କହିଥିଲେ ଯେ ତାଙ୍କ ମା ଆଉ ନାହାଁନ୍ତି। ଏଥିପାଇଁ ତାଙ୍କୁ ଆହୁରୀ 4 ଲକ୍ଷ ଆବଶ୍ୟକ ବୋଲି ସେ କହିଥିଲେ। ପୁନର୍ବାର ଯୁବତୀ ଜଣକ ତାଙ୍କୁ 4 ଲକ୍ଷ ଦେଇଥିଲେ। ହେଲେ ଟଙ୍କା ପାଇବା ପରେ ଜଗଜିତ୍ ଯୁବତୀଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ତେବେ ଯୁବତୀ ଜଣକ ଠକାମିର ଶିକାର ହୋଇଥିବା ଜାଣି ପାରିଥିଲେ।

ଏପଟେ ଯୁବତୀ ଜଣକ ତାଙ୍କ ଲୁଧିଆନାର କିଛି ବନ୍ଧୁକ ଦ୍ବାରା ଯୁବକ ଜଣକ ପୂର୍ବରୁ ବିବାହିତ ଥିବା ଖବର ପାଇଥିଲେ। ବର୍ତ୍ତମାନ ଯୁବତୀ ଜଣକ ସାଇବର ଅପରାଧ ପୋଲିସ ଷ୍ଟେସନରେ ଠକେଇ ନେଇ ଅଭିଯୋଗ କରିଛନ୍ତି।

ABOUT THE AUTHOR

...view details