ନୂଆଦିଲ୍ଲୀ: ବିଶ୍ବରେ ଆତଙ୍କର ଭୟ ସୃଷ୍ଟି କରିଛି କୋରୋନା ଭାଇରସ । ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ସଚେତନମୂଳକ ପଦକ୍ଷେପ ନେଉଛନ୍ତି । ତେବେ ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଗଲାଣି ଯେ, ଦୁନିଆର ସବୁଠୁ ବିକଶିତ ଦେଶରେ ମଧ୍ୟ ଆକ୍ରନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇ ପାରୁ ନାହାନ୍ତି । ତେବେ ଏଭଳି ପରିସ୍ଥିତିରେ ଘରେ ରହି ଦେଶକୁ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ।
ଘରେ ରୁହ, ଦେଶକୁ ବଞ୍ଚାଅ: ମନୀଷ ସିସୋଡିଆ - କୋରୋନା ଆକ୍ରାନ୍ତ
ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏପରି ମାତ୍ରାରେ ବଢୁଛି ଯେ, ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ପାରୁନାହାଁନ୍ତି । ତେବେ ଏଭଳି ସ୍ଥିତିରେ ଘରେ ରହି ଲକଡାଉନକୁ ଅନୁସରଣ କରିବାକୁ ଟ୍ବିଟ ମାଧ୍ୟମରେ ଜଣାଇଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ । ଅଧିକ ପଢନ୍ତୁ...

ବିଶ୍ବର ସବୁଠାରୁ ବିକଶିତ ଦେଶ ଆମେରିକାରେ ମଧ୍ୟ କରୋନା ଭାଇରସ ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହୋଇ ପାରୁନାହାଁନ୍ତି। ଏପଟେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଚିନ୍ତାରେ ବିଶ୍ବବାସୀ । ତେବେ ଏହାର ଗୋଟିଏ ମାତ୍ର ଉପାୟ ହେଉଛି, ଘରେ ରହି ଲକଡାଉନକୁ ଅନୁସରଣ କରିବା । ତେବେ ବଡ଼ ବଡ଼ ଅସୁବିଧାକୁ ଏଡ଼େଇବାକୁ ହେଲେ ଛୋଟ ଛୋଟ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ବୋଲି ହିନ୍ଦୀରେ ଟ୍ବିଟ କରିଛନ୍ତି ସିସୋଡିଆ । ସାରା ଦେଶରେ ଏବେ ବିପଦପୂର୍ଣ୍ଣ ପରିସ୍ଥିତି । ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1024 ରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ଏପର୍ଯ୍ୟନ୍ତ 72 ଟି ପଜିଟିଭ୍ ମାମଲା ରିପୋର୍ଟ ହୋଇଛି।
@ IANS