ଓଡିଶା

odisha

ETV Bharat / bharat

ଶିଶୁ ନିର୍ଯାତନା ପାଇଁ ରାଜ୍ୟ ଉତ୍ତରଦାୟୀ: କେନ୍ଦ୍ର - New Delhi

ଶିଶୁ ନିର୍ଯାତନା ସମ୍ପର୍କିତ ଅପରାଧ ଗୁଡିକର ନିୟନ୍ତ୍ରଣ ପାଇଁ ରାଜ୍ୟଗୁଡିକ ଉତ୍ତରଦାୟୀ ବୋଲି କେନ୍ଦ୍ର କହିଛି । ଗତକାଲି ରାଜ୍ୟସଭାରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jul 19, 2019, 1:29 PM IST

ନୂଆଦିଲ୍ଲୀ: ଶିଶୁ ନିର୍ଯାତନା ସଂପର୍କିତ ଅପରାଧ ଗୁଡିକର ନିୟନ୍ତ୍ରଣ ପାଇଁ ରାଜ୍ୟଗୁଡିକ ଉତ୍ତରଦାୟୀ ବୋଲି କେନ୍ଦ୍ର କହିଛି । ଗତକାଲି ରାଜ୍ୟସଭାରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଛନ୍ତି ।

ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ଶିଶୁ ନିର୍ଯାତନାର ଅଭିଯୋଗ, ଚିହ୍ନଟ, ତଦନ୍ତ, ନିରାକରଣ ପାଇଁ ଉତ୍ତରଦାୟୀ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ଶିଶୁ ଉତ୍ପୀଡନ କ୍ଷେତ୍ରରେ ନିଜର ଆଇନ ଓ ଦମନକାରୀ ବିଭାଗ ଦ୍ବାରା ଏହି ସଂପର୍କିତ ଅପରାଧକୁ କମ୍‌ କରାଇବାକୁ ପ୍ରଚେଷ୍ଟା କରିବା ଜରୁରୀ । ଏହା ସହିତ ଡିଜିଟାଲ କ୍ଷେତ୍ରରେ ଦେଖା ଯାଉଥିବା ଶିଶୁଯୌନ ଉତ୍ପୀଡନ ପାଇଁ ମଧ୍ୟ ଆଇନଗତ ପଦକ୍ଷେପ ନେବା ଆବଶ୍ୟକ ।

ବିଶେଷ କରି ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟ ଆଧାରରେ ସାଇବର କ୍ରାଇମ ରୋକାଯିବାକୁ ପ୍ରଯତ୍ନ କରାଯାଇଛି । ଏହି ଆକ୍ଟ ଅଧିନରେ ଶିଶୁ ପର୍ଣ୍ଣୋଗ୍ରାଫି ସଂପର୍କରେ ଇଲୋକ୍ଟୋନିକ୍ସ ମାଧ୍ୟମରେ ବ୍ରାଉଜିଙ୍ଗ କରିବା ଓ ପ୍ରକାଶିତ କରିବା ଆଦି ମାମଲାରେ ଦଣ୍ଡବିଧାନ ଉଲ୍ଲେଖ ରହିଛି । ସେହିପରି ଭାରତୀୟ ପିଙ୍ଗଳ କୋର୍ଟର ସେକ୍ସନ 354(ଏ) ଓ 354(ଡି)ରେ ମହିଳାଙ୍କୁ ଅନଲାଇନରେ ଘଟୁଥିବା ଅପରାଧ ଗୁଡିକରୁ ସୁରକ୍ଷା ପ୍ରଦାନ କରୁଛି ବୋଲି ସ୍ମୃତି ଇରାନୀ କହିଛନ୍ତି ।

ସେହିପରି ସାଇବର କ୍ରାଇମରୁ ରକ୍ଷା କରିବା ପାଇଁ ତଥା ସଚେତନ ପାଇଁ ଗୃହ ମନ୍ତ୍ରଣାଳୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ(www.cybercrime.gov.in) ଓ ଏକ ଟ୍ବିଟର (@cyberDOST) ଲଞ୍ଚ କରିଛି ବୋଲି ମନ୍ତ୍ରୀ ସ୍ମୃତି ଇରାନୀ ଗୃହରେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details