ଜମ୍ମୁ: ଜମ୍ମୁ ଓ କଶ୍ମୀର ସରକାରଙ୍କ ପକ୍ଷରୁ ଜମ୍ମୁରୁ କଟ୍ରା ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଇଲେକ୍ଟ୍ରିକ ବସ ସେବା । ଏନେଇ ସୋମବାର ପରୀକ୍ଷା ମୂଳକ ଭାବେ 20ଟି ବସ୍କୁ ଆରମ୍ଭ କରାଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଜମ୍ମୁରୁ କଟ୍ରା ପର୍ଯ୍ୟନ୍ତ ଚାଲିଲା ଇଲେକ୍ଟ୍ରିକ ବସ - katra
ଜମ୍ମୁରୁ କଟ୍ରା ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଇଲେକ୍ଟ୍ରିକ ବସ ସେବା । ଏନେଇ ସୋମବାର ପରୀକ୍ଷାମୂଳକ ଭାବେ 20ଟି ବସ୍କୁ ଆରମ୍ଭ କରାଯାଇଛି ।
ପ୍ରତିକାତ୍ମକ ଫଟୋ
ଜମ୍ମୁ ରେଲୱେ ଷ୍ଟେସନରୁ ଏହି ବସ୍ କଟ୍ରା ପର୍ଯ୍ୟନ୍ତ ଚାଲୁଛି । ବସ୍ରେ ସିସିଟିଭି କ୍ୟାମେରା ସହ ଜିପିଏସ ଲାଗିଛି ଓ ଜରୁରୀକାଳୀନ ଡୋର ମଧ୍ୟ ଏଥିରେ ରହିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟରେ ବୈଷ୍ଣୋଦେବୀ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି ।
ତେବେ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଫଳରେ ବୈଷ୍ଣୋ ଦେବୀ ପୀଠ ଯିବାକୁ ଲୋକମାନଙ୍କୁ ଆହୁରି ସୁବିଧା ହେଲା ବୋଲି ଜଣା ଭକ୍ତ କହିଛନ୍ତି ।