ଓଡିଶା

odisha

ETV Bharat / bharat

ଲକଡାଉନ ସମୟରେ ରାଜ୍ୟ ସରକାର ଦଳିତ -ଗରିବଙ୍କୁ ଅଣଦେଖା କରୁଛନ୍ତି : ମାୟାବତୀ - ଦଳିତ -ଗରିବଙ୍କୁ ଅଣଦେଖା

ମଙ୍ଗଳବାର ବାବାସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ଅବସରରେ ମାୟାବତୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଲକଡାଉନ ପରେ ଦଳିତ ଏବଂ ଗରିବଙ୍କୁ ରାଜ୍ୟ ସରକାର ଅବହେଳା କରିଥିଲେ। ଏଥିପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାଁନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 14, 2020, 7:22 PM IST

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ସଭାପତି ମାୟାବତୀ ୟୁପି ସରକାରଙ୍କ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ସମୟରେ ରାଜ୍ୟ ସରକାର ଦଳିତ ତଥା ଗରିବ ଲୋକଙ୍କୁ ଅବହେଳା କରାଯାଉଛି । କୌଣସି ବ୍ୟବସ୍ଥା ଓ ବନ୍ଦୋବସ୍ଥ ସଠିକ ଭାବରେ କରାଯାଇ ନାହିଁ |

ମଙ୍ଗଳବାର ବାବାସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ଅବସରରେ ମାୟାବତୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଲକଡାଉନ ପରେ ଦଳିତ ଏବଂ ଗରିବଙ୍କୁ ରାଜ୍ୟ ସରକାର ଅବହେଳା କରିଥିଲେ। ଏଥିପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାଁନ୍ତି। ଏହି କାରଣରୁ, ଏହି ଲୋକମାନେ ନିଜ ନିଜ ଘରକୁ ପଳାଇବା ଉପଯୁକ୍ତ ମନେ କଲେ | ଏହା ପରେ ସରକାର ସେମାନଙ୍କୁ ଟ୍ରକ୍ ଏବଂ ବସ୍ ଯୋଗେ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରିଥିଲେ।

ସେ କହିଛନ୍ତି ଯେ କରୋନା କାରଣରୁ ଦଲିତ ଏବଂ ଗରିବଙ୍କ ଅବସ୍ଥା ଦୁଃଖଦାୟକ ହୋଇଛି । ମାୟାବତୀ ଲକଡାଉନ ସମୟରେ ଶ୍ରମିକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ।

ବିଏସପି ମୁଖ୍ୟ କହିଛନ୍ତି, "90% ପ୍ରବାସୀ ଲୋକ ଦଳିତ ଏବଂ ଅତ୍ୟଧିକ ପଛୁଆ ଥିଲେ । ଡକ୍ଟର ଆମ୍ବେଦକର ତାଙ୍କର ସମସ୍ତ ଜୀବନ ଅତିବାହିତ କରିଥିଲେ ଯେ ଦଳିତ, ଆଦିବାସୀ ତଥା ଅନ୍ୟ ଦଳିତ ସମ୍ପ୍ରଦାୟମାନେ ଆତ୍ମ ସମ୍ମାନ ସହ ବଞ୍ଚନ୍ତି । ସରକାର ଶ୍ରମିକ, କୃଷକ ଏବଂ ଅନ୍ୟାନ୍ୟ ଶ୍ରମିକ ଶ୍ରେଣୀର ସ୍ବାର୍ଥକୁ ଧ୍ୟାନରେ ରଖିବା ଉଚିତ ଏବଂ ଲକଆଉଟ୍ ସମୟରେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ ।

@IANSଇନପୁଟ

ABOUT THE AUTHOR

...view details