ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀ ଭାଷାକୁ କହିବାକୁ ନେଇ ଏମଡିଏମକେ ନେତା ତଥା ରାଜ୍ୟସଭା ସାଂସଦ ବାଇକୋଙ୍କ ଆଟାକ । ରାଷ୍ଟ୍ରଭାଷା ହିନ୍ଦୀ ଓ ଅନ୍ୟ ଭାରତୀୟ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମରୁମଲାରଚି ଦ୍ରାବିଡ ମୁନେତ୍ର କଷଗମ(ଏମଡିଏମକେ) ନେତା ବାଇକୋ।
ମୋଦିଙ୍କ ହିନ୍ଦୀ 'ହିନ୍ଦୁ ଓ ହିନ୍ଦୁ ରାଷ୍ଟ୍ର'କୁ ପ୍ରେରିତ କରୁଛି: ବାଇକୋ - mdmk-leader
ଦିର୍ଘ 23 ବର୍ଷ ପରେ ରାଜ୍ୟସଭାରେ ପହଞ୍ଚିଥିବା ବାଇକୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଅଧିକାଂଶ ସଦସ୍ୟଙ୍କ ହିନ୍ଦୀରେ ସମ୍ବର୍ଦ୍ଧନ କରିବାକୁ ନେଇ ଆପତ୍ତି ଉଠାଇଛନ୍ତି ।
ଦିର୍ଘ 23 ବର୍ଷ ପରେ ରାଜ୍ୟସଭାରେ ପହଞ୍ଚିଥିବା ବାଇକୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଅଧିକାଂଶ ସଦସ୍ୟଙ୍କ ହିନ୍ଦୀରେ ସମ୍ବର୍ଦ୍ଧନ କରିବାକୁ ନେଇ ଆପତ୍ତି ଉଠାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିନ୍ଦୀ ଭାଷା କାରଣରୁ ସଂସଦରେ ଉଠୁଥିବା ମୁଦ୍ଦା ଆହୁରି ନିମ୍ନ ସ୍ତରକୁ ନେଇ ଯାଉଛି । ତାଙ୍କ କହିବା କଥା ପ୍ରଧାନମନ୍ତ୍ରୀ କେବଳ ହିନ୍ଦୀ ଭାଷାର ପ୍ରୟୋଗ କରିବା ପଛରେ 'ହିନ୍ଦୀ, ହିନ୍ଦୁ, ହିନ୍ଦୁ ରାଷ୍ଟ୍ର' କୁ ଉସକେଇବା ସହ ପ୍ରେରିତ କରୁଛି ।
ପ୍ରଧାନମନ୍ତ୍ରୀ ହିନ୍ଦୀ ଭାଷା କହୁଥିବା ନେଇ ବାଇକୋ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ପୂର୍ବରୁ ଥିବା ସମସ୍ତ ପ୍ରଧାନମନ୍ତ୍ରୀ ଇଂରାଜୀ ଭାଷା କହୁଥିବାବେଳେ ମୋଦି କିନ୍ତୁ କେବଳ ହିନ୍ଦୀ ଭାଷା ଅଧିକ ପ୍ରୀତି ରହିଛି । ଅଟଳ ବିହାରୀ ବାଜପେୟୀ ମଧ୍ୟ ପ୍ରଧାନମନ୍ତ୍ରୀ ଥିବା ସମୟରେ ଇଂରାଜୀରେ କଥାବାର୍ତ୍ତା ହେଉଥିଲେ । ସଂସଦରେ ଯେତେ ପର୍ଯ୍ୟନ୍ତ ସମ୍ବିଧାନର ମାନ୍ୟତାପ୍ରାପ୍ତ ସବୁ 28 ଭାଷାରେ କଥାବାର୍ତ୍ତା ଆରମ୍ଭ ହୋଇ ଯାଇନି, ସେପର୍ଯ୍ୟନ୍ତ ଯାଁଏ କେବଳ ଇଂରାଜୀ ଭାଷାରେ ସଂସଦରେ କଥା ହେବା ଉଚିତ।