ଥିରୁଅନନ୍ତପୁରମ: ରବିବାର ବିଳମ୍ବିତ ରାତିରେ କେରଳରେ ଘଟିଛି ଭୟଙ୍କର ଦୁର୍ଘଟଣା । ସ୍ଥାନୀୟ ଏକ ଷ୍ଟାଡିୟମରେ ଚାରିଟି ଫୁଟବଲ ମ୍ୟାଚ ଚାଲିଥିବା ସମୟରେ ହଠାତ ଭୁଷୁଡି ପଡିଥିଲା ଷ୍ଟାଡିୟମର ଗ୍ୟାଲେରୀ । ଘଟଣାରେ ଗ୍ୟାଲେରୀରେ ଥିବା 50ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିବା ଜଣା ପଡିଛି । ସେପଟେ ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କେରଳରେ ଭୁଷୁଡିଲା ଷ୍ଟାଡିୟମ ଗ୍ୟାଲେରୀ, 50ରୁ ଉର୍ଦ୍ଧ୍ବ ଆହତ - କେରଳ ଲାଟେଷ୍ଟ ନ୍ୟୁଜ୍
କେରଳରେ ସ୍ଥାନୀୟ ଏକ ଷ୍ଟାଡିୟମରେ ଚାରିଟି ଫୁଟବଲ ମ୍ୟାଚ ଚାଲିଥିବା ସମୟରେ ହଠାତ ଭୁଷୁଡି ପଡିଥିଲା ଷ୍ଟାଡିୟମର ଗ୍ୟାଲେରୀ । ଘଟଣାରେ ଗ୍ୟାଲେରୀରେ ଥିବା 50ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିବା ଜଣା ପଡିଛି ।

ପ୍ରତୀକାତ୍ମକ ଫଟୋ
ଘଟଣାରେ ପଲକ୍କଡ ପୋଲିସର କହିବା ଅନୁଯାୟୀ ଆହତଙ୍କ ଚିକିତ୍ସା ବିଭିନ୍ନ ଘରୋଇ ଡାକ୍ତରଖାନାରେ ଜାରି ରହିଛି । ଏଥିସହ ଘଟଣାସ୍ଥଳରେ ତଲାସି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଆହତଙ୍କ ସଠିକ ସଂଖ୍ୟା ଜଣା ପଡିନଥିବା ବେଳେ ଭୁଷୁଡିଥିବା ଗ୍ୟାଲେରୀର ଅବଶିଷ୍ଟାଂଶ ତଳେ ଯେମିତି କେହି ନରହିଥିବେ ସେନେଇ ଛାନଭିନ ଜାରି ରହିଛି ।
ସୂଚନା ଅନୁଯାୟୀ ଆର. ଧନରଞ୍ଜନ ନାମକ ଜଣେ ଫୁଟବଲ ଖେଳାଳୀଙ୍କ ମ୍ୟାଚ ଖେଳୁଥିବା ସମୟରେ ଡିସେମ୍ବର 29, 2019ରେ ମୃତ୍ୟୁ ହୋଇଥିଲା । ତାଙ୍କ ସ୍ମୃତିରେ ପରିବାର ଲୋକେ ଏହି ଚ୍ୟାରିଟି ମ୍ୟାଚର ଆୟୋଜନ କରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି ।