ଶ୍ରୀହରୀକୋଟା:ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଯୋଗାଯୋଗ ସାଟେଲାଇଟ CMS-01 କୁ ନେଇ ମହାକାଶକୁ ଗଲା PSLV-C50 । ଗୁରୁବାର ଦିନ 3ଟା 41ରେ ଆନ୍ଧ୍ରପ୍ରଦେଶ ପ୍ରଦେଶ ଶ୍ରୀହରୀକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଲଞ୍ଚ ହୋଇଛି PSLV-C50 ରକେଟ । ଉତକ୍ଷେପଣ ସମୟରେ ଉପସ୍ଥିତ ଥିଲେ ଇସ୍ରୋ ଅଧ୍ୟକ୍ଷ କେ ସିବନ ।
CMS-01 ସାଟେଲାଇଟ ଲଞ୍ଚ ଫଳରେ ଅନେକ ଦିନ ପରେ ଆଣ୍ଡାମାନ ଓ ଲାକ୍ଷାଦ୍ବୀପବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି । ଦ୍ବୀପପୁଞ୍ଜରେ ଯୋଗାଯୋଗ ସୁବିଧାରେ ଉନ୍ନତି ଆଣିବାକୁ ପଦକ୍ଷେପ ନେଇଥିଲା ଇସ୍ରୋ । ମହାକାଶରେ ଆଉ ଏକ ପାଦ ଆଗେଇ PSLV-C50 ଦ୍ବାରା ଲଞ୍ଚ ହୋଇଛି ଯୋଗାଯୋଗ ସାଟେଲାଇଟ CMS-01 ।
ଫ୍ରିକ୍ୟୁଏନ୍ସ ସ୍ପେକ୍ଟ୍ରମର ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବା ପାଇଁ CMS-01 ହେଉଛି ଏକ ଯୋଗାଯୋଗ ଉପଗ୍ରହ | ବିସ୍ତାରିତ-ସି ବ୍ୟାଣ୍ଡ କଭରେଜରେ ଇଣ୍ଡିଆନ ମେଲଲ୍ୟାଣ୍ଡ, ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଅନ୍ତର୍ଭୁକ୍ତ ହେବ | CMS-01 ହେଉଛି ଭାରତର 42 ତମ ଯୋଗାଯୋଗ ଉପଗ୍ରହ ।
PSLV-C50 ହେଉଛି 'XL' ସଂରଚନାରେ PSLVର 22 ତମ ଫ୍ଲାଇଟ | ଏହା ଶ୍ରୀହାରିକୋଟା ସ୍ପେସ ସେମ୍ଟରରୁ 77 ତମ ଲଞ୍ଚ ମିସନରେ ସାମିଲ ହେବ ।
PSLV-C50 ରକେଟର ସଫଳ ଉତକ୍ଷେପଣ ନେଇ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ