ଶ୍ରୀନଗର:ଦୀର୍ଘ ତିନି ଘଣ୍ଟା ପରେ ଜମ୍ମୁ କାଶ୍ମୀରରେ ସ୍ବାଭାବିକ ହୋଇଛି ଗାଡି ଚଳାଚଳ । ଜମ୍ମୁ କାଶ୍ମୀରର ଜାତୀୟ ରାଜପଥ ବାନିହାଲ କେ ସହାବାନ ବାସରେ ଭୂସ୍କଳନ ପାଇଁ ଟ୍ରାଫିକ ଜାମ ହୋଇଥିଲା । ତିନି ଘଣ୍ଟା ପରେ ସ୍ଥିତିରେ ସୁଧାର ଆସିଛି ।
ସୂଚନାନୁସାରେ, ଆଜି ସକାଳୁ ଜମ୍ମୁର ସହାବାନଠାରେ ଭୂସ୍କଳନ ହୋଇଥିଲା । ଫଳରେ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ତିନି ଘଣ୍ଟା ଧରି ରାସ୍ତାରେ ଗାଡି ଗୁଡିକ ଅଟକି ରହିଥିଲା । ଫଳରେ ଟ୍ରକ ଡ୍ରାଇଭରଙ୍କଠାରୁ ଆରମ୍ଭ କରି ସମସ୍ତ ଗାଡି ଚାଳକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।