ଶ୍ରୀନଗର: ଜମ୍ମୁକାଶ୍ମୀରର ଶିକ୍ଷୟତ୍ରୀ ରୋହି ସୁଲତାନାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର 2020 ପାଇଁ ମନୋନୀତ କରାଯାଇଛି । ସେ କ୍ରୀଡା ମାଧ୍ୟମରେ ଶିକ୍ଷାଦାନ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ ପୁରସ୍କାରକୁ ଛାତ୍ର ତଥା ଶିକ୍ଷା ବିଭାଗ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
ଶିକ୍ଷୟତ୍ରୀ ସୁଲତାନା ଶ୍ରୀନଗରର ନୌସେରା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଡେଞ୍ଜର ପୋରା, ତେଲବଲର ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ସେ ଉର୍ଦ୍ଦୁରେ ସ୍ନାତକୋତ୍ତର ସହ କାଶ୍ମୀରୀ ଭାଷାରେ ବିଇଡି ଏବଂ କଲିଗ୍ରାଫିରେ ତିନି ବର୍ଷିଆ ଡିଗ୍ରୀ କରିଛନ୍ତି ।