ଓଡିଶା

odisha

ETV Bharat / bharat

ଶ୍ରୀଲଙ୍କା ନୌସେନା ଦ୍ବାରା ୭ ଭାରତୀୟ ଧୀବର ଗିରଫ - ଶ୍ରୀଲଙ୍କାର ଖାଙ୍ଗେସ୍‌ ଥୁରାଇ ଶିବିର

ଭାରତୀୟ ସାମୁଦ୍ରିକ ସୀମା ଅତିକ୍ରମ କରି ବେଆଇନ ଭାବରେ ନେଡୁନାଥିଭ୍ୟୁରୁ ଠାରେ ମାଛ ମାରୁଥିବା 7 ଭାରତୀୟ ଧୀବରଙ୍କୁ ଗିରଫ କରାଯାଇଛି । ଗିରଫ କରିଛି ଶ୍ରୀଲଙ୍କା ନୌସେନା ।

ପ୍ରତୀକାତ୍ମକ ଫଟୋ

By

Published : Aug 13, 2019, 12:48 PM IST

ରାମେଶ୍ୱରମ: ତାମିଲନାଡୁର ୭ ଜଣ ଧୀବର ଶ୍ରୀଲଙ୍କା ନୌବାହିନୀଙ୍କ ଦ୍ବାରା ଗିରଫ ହୋଇଛନ୍ତି । ମଙ୍ଗଳବାର ସକାଳ ସମୟରେ ଭାରତୀୟ ସାମୁଦ୍ରିକ ସୀମା ଅତିକ୍ରମ କରି ବେଆଇନ ଭାବରେ ନେଡୁନାଥିଭ୍ୟୁରୁ ଠାରେ ମାଛ ମାରୁଥିବା ସମୟରେ ସମସ୍ତଙ୍କୁ ଗିରଫ କରାଯାଇଛି ।

ରାମେଶ୍ବରମ୍‌ ନିକଟରେ ଥିବା ଡେଲପ୍ଟ ଦ୍ବୀପ ଅଞ୍ଚଳରେ ସେମାନେ ମାଛ ଧରୁଥିଲେ। ସେହି ସମୟରେ ସାମୁଦ୍ରିକ ସୀମ ଅତିକ୍ରମ କରିଥିବା 7 ଧୀବରଙ୍କୁ ଗିରଫ କରି ହେପାଜତ୍‌କୁ ନେଇ ପଚରାଉଚରା କରୁଛି ଶ୍ରୀଲଙ୍କ ନୌସେନା । ଧୀବରମାନଙ୍କୁ ଅଧିକ ପଚରାଉଚରା ପାଇଁ ଶ୍ରୀଲଙ୍କାର ଖାଙ୍ଗେସ୍‌ ଥୁରାଇ ଶିବିରକୁ ନିଆଯାଇଛି।

ଏହାସହ 2000ରୁ ଉର୍ଦ୍ଧ୍ବ ଧୀବରଙ୍କୁ ଘଉଡାଇଛନ୍ତି ନୌସେନା । 500ରୁ ଅଧିକ ବୋଟ୍‌ ନେଇ ମାଛ ମାରିବାକୁ ଯାଇଥିଲେ ଧୀବର ସମୂହ । ଘଟଣାସ୍ଥଳରୁ 7 ଧୀବର ଗିରଫ ହୋଇଥିବା ବେଳେ ଅନ୍ୟ ଧୀବର ମାନେ କୂଳକୁ ଫେରି ଆସିଥିଲେ । ଗିରଫ ଧୀବରଙ୍କ ଦ୍ବାରା ବ୍ୟବହୃତ ମାଛଧରା ବୋଟ୍‌ ଓ ଜାଲକୁ ଜବତ କରାଯାଇଥିବା ସୂଚନା ରହିଛି ।

ପୂର୍ବରୁ ଜୁଲାଇ 30 ତାରିଖରେ ଏହି ଅଞ୍ଚଳରୁ ୭ ଭାରତୀୟ ଧୀବରଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା ନୌବାହିନୀ ।

ABOUT THE AUTHOR

...view details