ନୂଆଦିଲ୍ଲୀ: ଭାରତର ବଡ ଘୋଷଣା। ଜାନୁୟାରୀ 27ରେ ଶ୍ରୀଲଙ୍କାରେ ପହଁଞ୍ଚିବ କୋଭିଡ୍ ସଞ୍ଜୀବନି। ଏନେଇ ଦେଶରେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଘୋଷଣା କରିଛନ୍ତି। ଦେଶକୁ 500,000 ଡୋଜ ‘ମେକ୍ ଇନ୍ ଇଣ୍ଡିଆ’ କୋଭିଶିଲ୍ଡ ଟିକା ମିଳିବ। ଜାନୁଆରୀ 16 ରେ ଦେଶବ୍ୟାପୀ ମେଗା ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଶ୍ରୀଲଙ୍କା ଅଷ୍ଟମ ରାଷ୍ଟ୍ର ଭାବରେ COVID-19 ଟିକା ଗ୍ରହଣ କରିଛି।
ବୁଧବାର ଠାରୁ ଭାରତ ଏହାର ପଡୋଶୀ ରାଷ୍ଟ୍ରକୁ ନିଜ ପଲିସିର ଅଂଶ ଭାବରେ ଭୁଟାନକୁ 150,000 ଡୋଜ, ମାଲଦ୍ୱୀପ 100,000 ଡୋଜ, ନେପାଳକୁ ପ୍ରାୟ 1 ମିଲିୟନ ଡୋଜ, ବାଂଲାଦେଶକୁ ପ୍ରାୟ 2 ମିଲିୟନ ଡୋଜ, ମିଆଁମାର 1.5 ମିଲିୟନ ଡୋଜ ଗ୍ରହଣ କରିଛି। ସେଚେଲ୍ସକୁ 50,000 ଡୋଜ ଦିଆଯାଇଥିବାବେଳେ ମରିସସକୁ 100,000 COVID-19 ଡୋଜ ଦିଆଯାଇଥିଲା।
ଭାରତ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା କରିଥିଲା। ଶ୍ରୀଲଙ୍କାର ଔଷଧ ନିୟାମକ ସଂସ୍ଥା - ନ୍ୟାସନାଲ ମେଡିସିନ୍ ରେଗୁଲେଟୋରୀ ଅଥରିଟି (NMRA) ଶୁକ୍ରବାର ଦିନ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ଟିକାକୁ ଆଗେଇ ନେଇଛି।