ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ପ୍ରାରମ୍ଭରେ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ। ଗସ୍ତରେ ସେ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଆଲୋଚନା କରିବେ। ଗତ ବର୍ଷ ନଭେମ୍ବରରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ରାଜପାକ୍ଷେଙ୍କ ଭାଇ ତଥା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ନେତୃତ୍ବାଧିନ ସରକାରଙ୍କ ଏହା ତୃତୀୟ ଉଚ୍ଚସ୍ତରୀୟ ବିଦେଶ ଗସ୍ତ।
ଫେବୃଆରୀରେ ଭାରତ ଆସିବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ - ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ
ଆସନ୍ତା ଫେବୃଆରୀ ପ୍ରାରମ୍ଭରେ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ। ଭାରତ-ଶ୍ରୀଲଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରିବା ଉଦ୍ଦେଶ୍ୟରେ ସେ ଭାରତ ଗସ୍ତରେ ଆସୁଥିବା ସରକାରୀ ସୂତ୍ରରୁ ପ୍ରକାଶ।
ମହିନ୍ଦ୍ରା ରାଜପକ୍ଷେ
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାଜପାକ୍ଷେ ଫେବୃଆରୀ ପ୍ରଥମ ସପ୍ତାହରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ହେଲେ ତାଙ୍କ ଗସ୍ତର ତାରିଖ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।ଭାରତ-ଶ୍ରୀଲଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରିବା ଉଦ୍ଦେଶ୍ୟରେ ଏବଂ ତାମିଲ ବହୁଳ ଅଞ୍ଚଳର ବିକାଶ ପାଇଁ ଆର୍ଥିକ ସହାୟତାର ଉପସ୍ଥାପନା ପାଇଁ ସେ ଭାରତ ଆସୁଥିବା ସରକାରୀ ସୂତ୍ରରୁ ପ୍ରକାଶ।