ଓଡିଶା

odisha

ETV Bharat / bharat

ଚୀନକୁ ଝଟକା: ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ କହିଲେ ବୈଦେଶିକ ସଚିବ - ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ କହିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା । ଶ୍ରୀଲଙ୍କା ଏହାର ନୂତନ ଆଞ୍ଚଳିକ ବୈଦେଶିକ ନୀତି ଭାବରେ “ପ୍ରଥମ ଭାରତ ଆଭିମୁଖ୍ୟ” ଗ୍ରହଣ କରିବ ବୋଲି ବୁଧବାର ଦିନ ଏକ ସାକ୍ଷାତକାରରେ ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟନାଥ କଲମ୍ବେଜ୍ କହିଛନ୍ତି । ଅଧିକ ପଢନ୍ତୁ...

ଚୀନକୁ ଶ୍ରୀଲଙ୍କାର ଝଟକା : ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ କହିଲେ ଶ୍ରୀଲଙ୍କା ବୈଦେଶିକ ସଚିବ
ଚୀନକୁ ଶ୍ରୀଲଙ୍କାର ଝଟକା : ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ କହିଲେ ଶ୍ରୀଲଙ୍କା ବୈଦେଶିକ ସଚିବ

By

Published : Aug 27, 2020, 3:20 PM IST

ନୂଆଦିଲ୍ଲୀ: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା । ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ବୈଦେଶିକ ସଚିବ ଜୟନାଥ କଲମ୍ବେଜ୍ । ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟନାଥ କଲମ୍ବେଜ୍, ଦେଶରେ ବଢୁଥିବା ଚୀନର ଉପସ୍ଥିତିକୁ ନେଇ ଚିନ୍ତା ଦୂର କରିବାକୁ ଚେଷ୍ଟା କରୁଥିବାବେଳେ ଶ୍ରୀଲଙ୍କା ଏହାର ନୂତନ ବୈଦେଶିକ ନୀତି ଅନୁସାରେ ପ୍ରଥମେ ଭାରତ ନୀତି ଆପଣେଇବ ଏବଂ ନୂଆଦିଲ୍ଲୀର ସାମରିକ ସୁରକ୍ଷା ଆଗ୍ରହକୁ ସୁରକ୍ଷା ଦେବ ।

ଆଡମିରଲ କଲମ୍ବେଜ ହେଉଛନ୍ତି ପ୍ରଥମ ବୈଦେଶିକ ସଚିବ, ଯାହାଙ୍କର ସାମରିକ ପୃଷ୍ଠଭୂମି ଅଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ତାଙ୍କୁ 14 ଅଗଷ୍ଟରେ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ। ବୁଧବାର ଦିନ ଏକ ସାକ୍ଷାତକାରରେ କଲମ୍ବେଜ୍ କହିଛନ୍ତି ଯେ, ଶ୍ରୀଲଙ୍କା ଏହାର ନୂତନ ଆଞ୍ଚଳିକ ବୈଦେଶିକ ନୀତି ଭାବରେ “ପ୍ରଥମ ଭାରତ ଆଭିମୁଖ୍ୟ” ଗ୍ରହଣ କରିବ। ଏହାର ଅର୍ଥ ହେଉଛି ଶ୍ରୀଲଙ୍କା ଭାରତର ରଣନୀତି ସୁରକ୍ଷା ପାଇଁ କିଛି କ୍ଷତି କରିବ ନାହିଁ।

କଲମ୍ବେଜ୍ 2012–14ରେ ଶ୍ରୀଲଙ୍କା ନୌସେନାର ମୁଖ୍ୟ ଥିଲେ ଏବଂ ପରେ ବୈଦେଶିକ ନୀତି ବିଶ୍ଳେଷଣକାରୀ ହୋଇଥିଲେ। ହମ୍ବନଟୋଟା ବନ୍ଦରକୁ ଚୀନକୁ ୯୯ ବର୍ଷ ଲିଜ୍ ଦିଆଯିବା ଏକ ବଡ଼ ଭୁଲ୍ ଥିଲା ବୋଲି କହିଛନ୍ତି ବୈଦେଶିକ ସଚିବ ଜୟନାଥ କଲମ୍ବେଜ୍ । ଋଣ ଜାଲରେ ଫସାଇ ବିଭିନ୍ନ ଦେଶରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ଚୀନ୍ । ଠିକ୍ ଏହିପରି କୌଶଳ ଆପଣେଇ ଶ୍ରୀଲଙ୍କାର ଏକ ବନ୍ଦରକୁ ହାତେଇଛି ଚୀନ୍ । କିଛି ଆଫ୍ରିକୀୟ ଦେଶ ମଧ୍ୟ ଏବେ ଚୀନ୍ ଋଣ ଭାରରେ ଚିନ୍ତିତ ।

ABOUT THE AUTHOR

...view details