କୋଲମ୍ବୋ: ଆତଙ୍କୀଙ୍କ ସିରିଜ ବ୍ଲାଷ୍ଟରେ ଥରି ଉଠିଥିଲା ଶ୍ରୀଲଙ୍କା । ଏହି ଘଟଣା ପରେ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯିବା ସହ ବିଦେଶୀ ନାଗରିକ ଓ ଧର୍ମଗୁରୁଙ୍କ ଯାତାୟତ ଉପରେ ଲାଗିଛି କଟକଣା । ଶ୍ରୀଲଙ୍କାରେ ସିରିଜ ବିଷ୍ଫୋରଣ ପରେ 200 ମୌଲବି ସହ 600ରୁ ଊର୍ଦ୍ଧ୍ବ ବିଦେଶୀ ନାଗରିକଙ୍କୁ ଦେଶରୁ ନିଷ୍କାସିତ କରାଯାଇଛି ।
ଶ୍ରୀଲଙ୍କା ଛାଡିଲେ 200 ମୌଲବି, ଚର୍ଚ୍ଚ ପଡିଛି ଖାଲି - ଆତଙ୍କୀ
ଶ୍ରୀଲଙ୍କା ସିରିଜ ବ୍ଲାଷ୍ଟର ପରେ ବିଦେଶୀ ନାଗରିକ ଓ ଧର୍ମଗୁରୁଙ୍କ ଯାତାୟତ ଉପରେ ଲାଗିଛି କଟକଣା । ଶ୍ରୀଲଙ୍କାରେ ସିରିଜ ବିସ୍ଫୋରଣ ପରେ 200 ମୌଲବି ସହ 600ରୁ ଊର୍ଦ୍ଧ୍ବ ବିଦେଶୀ ନାଗରିକଙ୍କୁ ଦେଶରୁ ନିଷ୍କାସିତ କରାଯାଇଛି ।
ଏ ବାବଦରେ ଗୃହମନ୍ତ୍ରୀ ଅଭୟ ଭର୍ଦ୍ଧନେ କହିଛନ୍ତି ଯେ, ବାହାରୁ ଆସିଥିବା ମୌଲାବି ମାନେ ବୈଧ ରୂପରେ ଦେଶକୁ ଆସିଥିଲେ ସତ ମାତ୍ର ଭିଜା ଅବଧି ଶେଷ ହେବା ପରେ ମଧ୍ୟ ଏମାନେ ଦେଶ ଛାଡି ନଥିଲେ । ଯାହା ଆକ୍ରମଣ ପରେ ହୋଇଥିବା ସୁରକ୍ଷା ଯାଞ୍ଚରେ ଜଣାପଡିଥିଲା । ଯେଉଁଥିପାଇଁ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଦେଶରୁ ନିଷ୍କାସିତ କରାଯାଇଛି ।
ଗତ ଏପ୍ରିଲ 21ରେ ଇଷ୍ଟର ଅବସରରେ 3ଟି ଚର୍ଚ୍ଚ ଓ 3ଟି ହୋଟେଲ ସମେତ 8ଟି ସିରିଜ ବ୍ଲାଷ୍ଟ ହୋଇଥିଲା । ଆଉ ଏବେ ଏତେ ସଂଖ୍ୟକ ମୌଲବି ଦେଶ ଛାଡିବାରୁ ସବୁ ଚର୍ଚ୍ଚ ଖାଲି ପଡିଛି । ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହାସହ କ୍ୟାଥୋଲିନ ସମୁଦାୟ ରବିବାର ପ୍ରାର୍ଥନା ଚର୍ଚ୍ଚରେ ନକରି ନିଜ ଘରେ ଆୟୋଜନ କରିଛନ୍ତି ।