ନୂଆଦିଲ୍ଲୀ: ସ୍କ୍ବାର୍ଡନ ଲିଡ଼ର ରବି ଖାନାଙ୍କ ନାମଙ୍କୁ ସୁପାରିସ କରିଛି ବାୟୁସେନା । ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନ ପାଇବେ ଶହୀଦ ରବି ଖାନା ।
ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନ ପାଇବେ ଶହୀଦ ରବି ଖାନା - ଆତଙ୍କବାଦୀ ଆକ୍ରମଣ
ଭାରତୀୟ ବାୟୁସେନାର ସୂଚନା । ରାଷ୍ଚ୍ରୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନ ପାଇବେ ବାୟୁସେନାର ସ୍କ୍ବାର୍ଡନ ଲିଡ଼ର ଶହୀଦ ରବି ଖାନା । ବିଛିନ୍ନତାବାଦୀ ନେତା ୱାଶୀନ ମଲ୍ଲିକ ଷଡ଼ଯନ୍ତ୍ରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ରବି ଖାନାଙ୍କ ସମେତ ତିନି ବାୟୁସେନା ଯବାନ ।
ଫାଇଲ ଫଟୋ
ବିଭିନ୍ନ ମିଶନରେ ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନ ପାଇଛି । ଏହି ସ୍ମାରକୀରେ ଯୋଡି ହେବାକୁ ଯାଉଛି ସ୍କ୍ବାର୍ଡନ ଲିଡ଼ରଙ୍କ ନାମ ।
ଜାନୁୟାରୀ 25 ତାରିଖ 1990 ମସିହାରେ JKLF ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିଲେ ଖାନା । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ବିଛିନ୍ନତାବାଦୀ ନେତା ୱାଶୀନ ମଲ୍ଲିକର ଷଡ଼ଯନ୍ତ୍ର ରହିଥିଲା । ଯେଉଁଥିରେ ରବି ଖାନାଙ୍କ ସମେତ ତିନି ବାୟୁସେନାର ଯବାନ ଶହୀଦ ହୋଇଥିଲେ ।