ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାମାୟଣରେ ବର୍ଣ୍ଣିତ ଧର୍ମ ତଥା ଧର୍ମର ସାର୍ବଭୈମିକ ସନ୍ଦେଶକୁ ବୁଝିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ରବିବାର 17ଟି ଭାଷାରେ ‘ମନ୍ଦିର ପୁନଃନିର୍ମାଣ’, ‘ଏନସାୟରିଙ୍ଗ ଦ ଭ୍ୟାଲୁ’ନାମକ ଏକ ଫେସବୁକ୍ ପୋଷ୍ଟରେ ଉପରାଷ୍ଟ୍ରପତି ଅଗଷ୍ଟ 5ରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପୁନଃନିର୍ମାଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।
ରାମାୟଣର ମହତ୍ତ୍ୱ ବୁଝିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ଉପରାଷ୍ଟ୍ରପତି - ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାମାୟଣରେ ବର୍ଣ୍ଣିତ ଧର୍ମ ତଥା ଧର୍ମର ସାର୍ବଭୈମିକ ସନ୍ଦେଶକୁ ବୁଝିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।
![ରାମାୟଣର ମହତ୍ତ୍ୱ ବୁଝିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ଉପରାଷ୍ଟ୍ରପତି vice president](https://etvbharatimages.akamaized.net/etvbharat/prod-images/768-512-8267309-370-8267309-1596360464691.jpg)
ରାମାୟଣର ମହତ୍ତ୍ୱ ବୁଝିବାକୁ ଲୋକଙ୍କୁ ଅନୁରୋଧ କଲେ ଉପରାଷ୍ଟ୍ରପତି
ଏହାକୁ ନେଇ ଉପରାଷ୍ଟ୍ରପତି କହିଛନ୍ତି, ଯଦି ଆମେ ରାମାୟଣର ମହତ୍ତ୍ୱ ବୁଝିପାରି ଏହାକୁ ସଠିକ୍ ଦୃଷ୍ଟିକୋଣରେ ଦେଖିପାରିବା ତେବେ ଏହି ମୁହୂର୍ତ୍ତ ଏକ ସାମାଜିକ ଆଧ୍ୟାତ୍ମିକ ପରିବେଶର କାରଣ ହୋଇପାରେ । ତେବେ ଉପରାଷ୍ଟ୍ରପତି ଏହାକୁ ଏକ ଏପରି କାହାଣୀ ଭାବରେ ବର୍ଣ୍ଣନା କରିଛନ୍ତି । ଯାହାକି ଅନନ୍ୟ ଭାରତୀୟ ଅଦ୍ବିତୀୟ ରୂପରେଖକୁ ଆକର୍ଷିତ କରିଥାଏ। ଏହାଛଡା ସେ ରାମରାଜ୍ୟକୁ ସହାନୁଭୂତି, ଶାନ୍ତିପୂର୍ଣ୍ଣ ତଥା ଶାସନ ପାଇଁ ଲୋକକୈନ୍ଦ୍ରିକ ଗଣତାନ୍ତ୍ରିକ ଶାସନର ଏକ ଆଦର୍ଶ ବୋଲି ବର୍ଣ୍ଣନା କରିଛନ୍ତି ।