ଓଡିଶା

odisha

ETV Bharat / bharat

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଉପରେ ଆକ୍ରମଣ; ସଫେଇ ଦେଲେ ସଞ୍ଜୟ ରାଉତ - sanjaya raut on attack on ex-navy veteran

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ କାର୍ଟୁନ ସେୟାର କରିବାକୁ ଶିବାସେନାର 6 ଜଣ କର୍ମୀ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାରିଥିଲେ । ଆଜି ସେହି ଘଟଣା ଉପରେ ସଫେଇ ଦେଇଛନ୍ତି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ । ଅଧିକ ପଢନ୍ତୁ...

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଉପରେ ଆକ୍ରମଣ
ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଉପରେ ଆକ୍ରମଣ

By

Published : Sep 13, 2020, 1:30 PM IST

ମୁମ୍ବାଇ: ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଉପରେ 6 ଜଣ ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣାରେ ସଫେଇ ଦେଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସେ ଏହି ଆକ୍ରମଣକୁ ଯର୍ଥାଥ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିବାକୁ ସେୟାର ହୋଇଥିବା ଫଟୋକୁ ନେଇ ତାଙ୍କ କର୍ମୀମାନେ ହଠାତ କ୍ରୋଧିତ ହୋଇଯାଇ ଏପରି କରିଥିଲେ ବୋଲି ସେ କହିଛନ୍ତି।

ଏଥିସହ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ରହିଛି । ଯିଏ ଆଇନକୁ ହାତକୁ ନେବ ସେ ରକ୍ଷା ପାଇବ ନାହିଁ । ଏହା ହେଉଛି ଉଦ୍ଧବ ଠାକରେଙ୍କ ନୀତି । ମଦନ ଶର୍ମା ମୁଖ୍ୟମନ୍ତ୍ରୀଙ୍କ ଯେଉଁ କାର୍ଟୁନ ସେୟାର କରିଥିଲେ ତାହା ଅପମାନଜନକ ଥିଲା । ତେଣୁ ଏଥିରେ ଶିବସେନା କର୍ମୀ କ୍ରୋଧିତ ହୋଇଯାଇ ଆକ୍ରମଣ କରିଥିଲେ ବୋଲି ସଞ୍ଜୟ ରାଉତ ସଫେଇ ଦେଇଛନ୍ତି ।

ସେପଟେ, ବିଜେପି ଏହି ଘଟଣାରେ ରାଜନୀତି କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଞ୍ଜୟ ରାଉତ କହିଥିଲେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା ଜଣେ ମୁଖ୍ୟମନ୍ତ୍ରୀଙ୍କ ପରି ସାମ୍ବିଧାନିକ ପଦବୀକୁ ଅଯଥା, ଅତ୍ୟଧିକ ସମାଲୋଚନା କରାଗଲେ ସେତେବେଳେ ଲୋକଙ୍କ ଉପରୁ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ ଛଡାଇ ନିଆଯାଏ ।

ତେଣୁ ଆମ ସମସ୍ତଙ୍କୁ ଦାୟିତ୍ବବାନ ଏବଂ ପରସ୍ପରର ଭାବନାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ରାଉତ କହିଛନ୍ତି । ଏହା ଦ୍ବାରା ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ସୁନିଶ୍ଚିତ କରିବା କ୍ଷମତାରେ ଥିବା ବ୍ୟକ୍ତିଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଦନ ଶର୍ମାଙ୍କ ଉପରେ ହୋଇଥିବା ଆକ୍ରମଣକୁ “ରାଜ୍ୟ ପ୍ରାୟୋଜିତ ଆତଙ୍କବାଦ” କହିବା ପରେ ରାଉତଙ୍କ ଏପରି ବିବୃତ୍ତି ଆସିଛି। ଗତକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଦନ ଶର୍ମାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଶିବସେନା କର୍ମୀଙ୍କୁ ନିନ୍ଦା କରିଥିଲେ ।

For All Latest Updates

ABOUT THE AUTHOR

...view details