ଓଡିଶା

odisha

ETV Bharat / bharat

ଆଇପ୍ୟାଡ ୟୁଜର୍ସଙ୍କ ପାଇଁ ଜିମେଲରେ ସ୍ପ୍ଲିଟ ଭିୟୁ ମଲ୍ଟିଟାସ୍କିଂ ସପୋର୍ଟ - ସ୍ପ୍ଲିଟ ଭିୟୁ ମଲ୍ଟିଟାସ୍କିଂ ସପୋର୍ଟ

ସ୍ପ୍ଲିଟ ଭିୟୁ ଏକ ଏପରି ଫିଚର ଯାହା ଦ୍ବାରା ଜଣେ ୟୁଜର ଜିମେଲ ସହ ଏକକାଳୀନ ଅନ୍ୟ ଆପ୍‌ ୟଥା କ୍ୟାଲେଣ୍ଡର ଓ ଗୁଗୁଲ ଫଟୋକୁ ଆକ୍ସେସ କରିପାରିବେ । ଅଧିକ ପଢନ୍ତୁ...

iPad users, new feature to gmail, gmail latest news, split view multitasking support, split view feature to gmail, ଆଇପ୍ୟାଡ ୟୁଜର୍ସ, ଜିମେଲରେ ନୂଆ ଫିଚର, ଜିମେଲ ଲାଟେଷ୍ଟ ନ୍ୟୁଜ୍‌, ସ୍ପ୍ଲିଟ ଭିୟୁ ମଲ୍ଟିଟାସ୍କିଂ ସପୋର୍ଟ, ଜିମେଲରେ ସ୍ପ୍ଲିଟ ଭିୟୁ ଫିଚର
ଆଇପ୍ୟାଡ ୟୁଜର୍ସଙ୍କ ପାଇଁ ଜିମେଲରେ ସ୍ପ୍ଲିଟ ଭିୟୁ ମଲ୍ଟିଟାସ୍କିଂ ସପୋର୍ଟ

By

Published : Jul 10, 2020, 6:38 AM IST

ହାଇଦ୍ରାବାଦ: ଆଇପ୍ୟାଡ ୟୁଜର୍ସଙ୍କ ପାଇଁ ଗୁଗୁଲ ଆଣିଛି ନୂଆ ଓ ଆକର୍ଷଣୀୟ ଫିଚର । ଜିମେଲରେ ଏହି ନୂଆ ସ୍ପ୍ଲିଟ ଭିୟୁ ଫିଚର ସହ ମଲ୍ଟି ଟାସ୍କିଲର ସୁବିଧା ଯୋଗାଇଛି ଗୁଗୁଲ । ତେବେ କେବଳ ଆଇପ୍ୟାଡ ୟୁଜର୍ସଙ୍କ ପାଇଁ ଏହି ଫିଚର ବର୍ତ୍ତମାନ ରୋଲ ଆଉଟ ହୋଇଥିବା ଗୁଗୁଲ ଏକ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି ।

(ଟ୍ବିଟ ଫଟୋ)

ସ୍ପ୍ଲିଟ ଭିୟୁ ଏକ ଏପରି ଫିଚର ଯାହା ଦ୍ବାରା ଜଣେ ୟୁଜର ଜିମେଲ ସହ ଏକକାଳୀନ ଅନ୍ୟ ଆପ୍‌ ୟଥା କ୍ୟାଲେଣ୍ଡର ଓ ଗୁଗୁଲ ଫଟୋକୁ ଆକ୍ସେସ କରିପାରିବେ । ସାଧାରଣତଃ ଏକ ମିଟିଂ ବା ଜରୁରୀ ଇଭେଣ୍ଟ ପାଇଁ ତାରିଖ ନିର୍ଦ୍ଧାରଣ ପାଇଁ କ୍ୟାଲେଣ୍ଡରକୁ ଜିମେଲ ସହ ଆକ୍ସେସ ଦେବା ବେଳେ ଇମେଲରେ ଆଟାଚମେଣ୍ଟ ପାଇଁ ଗୁଗୁଲ ଫଟୋକୁ ଲିଙ୍କ କରିଛି କମ୍ପାନୀ ।

(ଜିମେଲ ଓ ଗୁଗୁଲ କ୍ୟାଲେଣ୍ଡର)

ଗୁଗୁଲର ଜିମେଲ ଏନେଇ ଏକ ଟ୍ବିଟ କରି ଜଣାଇଛି କି ରୋଲ ଆଉଟ ହୋଇଥିବା ଏହି ନୂଆ ଫିଚର ଦ୍ବାରା ୟୁଜର୍ସ ଜିମେଲ ସହ ଏକକାଳୀନ ଗୋଟିଏ ସ୍କ୍ରିନରେ କ୍ୟାଲେଣ୍ଡର ଖୋଲି ନିଜ କାର୍ଯ୍ୟସୂଚୀ ଦେଖିପାରିବେ । କୌଣସି ମିଟିଂ ବା ଇଭେଣ୍ଟ ପାଇଁ ଟାଇମ ଫିକ୍ସ କରିବାକୁ ହେଲେ ଏହି ଫିଚର ସହାୟକ ହେବ । ସେହିପରି ଇମେଲରେ ଆଟାଚମେଣ୍ଟ ପାଇଁ ଜିମେଲରେ ଥାଇ ସିଧାସଳଖ ଗୁଗୁଲ ଫଟୋରୁ ଡ୍ରାଗ ଆଣ୍ଡ ଡ୍ରପ ଦ୍ବାରା ୟୁଜର୍ସ ଫଟୋ ଆଟାଚ କରିପାରିବାର ସୁବିଧା ଯୋଗାଇ ଦିଆଯାଇଛି ।

(ଜିମେଲ ଓ ଗୁଗୁଲ ଫଟୋ)

ଏହି ଫିଚରକୁ ପ୍ରାଥମିକ ପର୍ଯାୟରେ ସମସ୍ତ ଜିସୁଟ ୟୁଜର୍ସ ଓ ବ୍ୟକ୍ତିଗତ ଆକାଉଣ୍ଟ ହୋଲ୍ଡରଙ୍କ ଆକାଉଣ୍ଟରେ ରୋଲ ଆଉଟ କରାଯାଇଛି । ଏହା କେବଳ ଆଇପ୍ୟାଡ ୟୁଜର୍ସଙ୍କ ପାଇଁ ବର୍ତ୍ତମାନ ରୋଲ ଆଉଟ କରାଯାଇଥିବା ଆଗକୁ ଅନ୍ୟ ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲ ଆଉଟ କରାଯିବା ନେଇ ସୂଚନା ରହିଛି ।

ତେବେ ସ୍ପ୍ଲିଟ ଭିୟୁ ବ୍ୟବହାର କରିବାକୁ ହେଲେ ପ୍ରଥମେ ଆଇପ୍ୟାଡରେ ମଲ୍ଟିଟାସ୍କିଂ ଅପ୍ସନ ଉପରେ କ୍ଲିକ କରିବାକୁ ହେବ । ଏହାପରେ ସ୍କିନର ବଟମକୁ ଉପରକୁ ସ୍ବାଇପ କରିବାକୁ ହେବ । ଏହାପରେ ଏହି ସ୍କ୍ରିନରେ ଆପଣ ନିଜ ବ୍ୟବହାର ମୁତାବକ ଆପ୍‌କୁ ଡ୍ରାଗ କରିପାରିବେ । ନିଜ ସୁବିଧା ମୁତାବକ ୟୁଜର୍ସ ଏହି ସ୍କ୍ରିନକୁ ଡାହାଣ କିମ୍ବା ବାମ ପାର୍ଶ୍ବରେ ବ୍ୟବହାର କରିପାରିବେ ।

2015 ମସିହାରେ ଆପଲ ପ୍ରଥମେ ସ୍ପ୍ଲିଟ ଭିୟୁ ଫିଚରକୁ ଆଇପ୍ୟାଡରେ ରୋଲ ଆଉଟ କରିଥିଲା । ପରେ ପରେ 2016 ମସିହାରେ ଗୁଗୁଲ ସିଟ୍‌, ଡକ୍ୟୁମେଣ୍ଟ ଓ ସ୍ଲାଇଡ ସହ ଏହି ଫିଚରକୁ ରୋଲ ଆଉଟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details