ଓଡିଶା

odisha

By

Published : Nov 16, 2020, 4:30 PM IST

ETV Bharat / bharat

ଆତ୍ମନିର୍ଭରତା ବିଷୟରେ ଶିକ୍ଷା ଦିଅନ୍ତୁ ଦେଶର ଧର୍ମଗୁରୁ : ନରେନ୍ଦ୍ର ମୋଦି

ଆଜି (ସୋମବାର) ଦେଶର ଧର୍ମଗୁରୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି । ସମସ୍ତ ଧର୍ମଗୁରୁ ନିଜ ଅଞ୍ଚଳରେ ଆତ୍ମନିର୍ଭର ଭାରତକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଆଣନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିକ ପଢ଼ନ୍ତୁ...

ଆତ୍ମନିର୍ଭରତା ବିଷୟରେ ଶିକ୍ଷା ଦିଅନ୍ତୁ ଦେଶର ଧର୍ମଗୁରୁ: ନରେନ୍ଦ୍ର ମୋଦି
ଆତ୍ମନିର୍ଭରତା ବିଷୟରେ ଶିକ୍ଷା ଦିଅନ୍ତୁ ଦେଶର ଧର୍ମଗୁରୁ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି (ସୋମବାର) ଦେଶର ଧର୍ମଗୁରୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି । ସମସ୍ତ ଧର୍ମଗୁରୁ ନିଜ ଅଞ୍ଚଳରେ ଆତ୍ମନିର୍ଭର ଭାରତକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଆଣନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନରେ ସୋମବାର ଜୈନ ମୁନୀ ଶ୍ରୀ ବିଜୟ ବଲ୍ଲଭ ସୁରେଶ୍ବରଜୀ ମହାରାଜାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୋଦି। ଜୈନ ମୁନୀ ଶ୍ରୀ ବିଜୟ ବଲ୍ଲଭ ସୁରେଶ୍ବରଜୀ ମହାରାଜାଙ୍କ 151ତମ ଜନ୍ମତିଥି ଅବସରରେ ଶାନ୍ତି ସ୍ତୁପ ଭାବରେ ଏହି ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଛି ।

ଭିଡିଓ କନ୍ଫରେସିଂ ଜରିଆରେ ଏହି ଶାନ୍ତି ସ୍ତୁପ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, "ଭାରତରେ ଦୁଇ ଜଣ ବଲ୍ଲଭ ଜନ୍ମ ନେଇଛନ୍ତି । ଜଣେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଆଉ ଜଣେ ହେଉଛନ୍ତି ଶ୍ରୀ ବିଜୟ ବଲ୍ଲଭ ସୁରେଶ୍ବରଜୀ ମହାରାଜା। ଏଭଳି ଏକ ଦେଶରେ ଜନ୍ମ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ପୂର୍ବରୁ ବଲ୍ଲଭ ଭାଇ ପଟେଲଙ୍କ ନାମରେ ଏକତା ସ୍ତୁପ ପ୍ରତିଷ୍ଠା ହୋଇଥିବାବେଳେ ବର୍ତ୍ତମାନ ରାଜସ୍ଥାନରେ ଶାନ୍ତି ପ୍ରତିଷ୍ଠା ହୋଇଛି। "

ଦେଶର ସ୍ବାଧୀନତାର ସଂଗ୍ରାମରେ ଭାଗ ନେଇଥିଲେ ଧର୍ମଗୁରୁ। ବର୍ତ୍ତମାନ ଦେଶର ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପାଇଁ ଧର୍ମଗୁରୁଙ୍କ ପ୍ରମୁଖ ଭୂମିକା ରହିବ। ଏଥିପାଇଁ ସେମାନେ ନିଜ ସ୍ଥାନୀୟ ଅଞ୍ଚଳର ସ୍ବର ହୋଇ ଯୁବଗୋଷ୍ଠୀଙ୍କୁ ଆତ୍ମନର୍ଭରତା ବାର୍ତ୍ତା ଦିଅନ୍ତୁ। ଭାରତ ସବୁବେଳେ ଶାନ୍ତି ପ୍ରିୟ ଦେଶ ରହି ଆସିଛି । ଏଥିପାଇଁ ଦେଶ ପୂରା ବିଶ୍ବକୁ ଏବେ ଶାନ୍ତିର ସନ୍ଦେଶ ଦେଉଛି। ଭାରତ ଇତିହାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଦେଶରେ ଥିବା ଋଷିମୁନୀଙ୍କ ଗୁଣଜ୍ଞାନ ଯୋଗୁଁ ଭାରତ ଏଭଳି ସୁନାମ ଅର୍ଜନ କରି ପାରିଛି । ଏଥିପାଇଁ ଦେଶ ଗଢ଼ିବାରେ ବର୍ତ୍ତମାନ ଦେଶର ଧର୍ମଗୁରୁ ପ୍ରମୁଖ ଗ୍ରହଣ କରିପାରିବେ ।

ରାଜସ୍ଥାନର ଜେଟପୁରା ପାଲିରେ ଏହି 151 ଇଞ୍ଚ ବିଶିଷ୍ଟ ଶାନ୍ତି ସ୍ତୁପ ସ୍ଥାପନ ହୋଇଛି। ଭିଡିଓ କନ୍ଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଉନ୍ମୋଚନ କରିଛନ୍ତି। 8ଟି ଧାତୁକୁ ନେଇ ବିଜୟ ବଲ୍ଲଭ ସାଧାନା କେନ୍ଦ୍ରରେ ଏହି ଶାନ୍ତିସ୍ତୁପ ନିର୍ମିତ ହୋଇଛି ।

ABOUT THE AUTHOR

...view details