ଓଡିଶା

odisha

ETV Bharat / bharat

ଆକ୍ରମଣକାରୀଙ୍କୁ କ୍ଷମା କରିଦେଇଛନ୍ତି ମୋରାରୀ ବାପୁ - ମୋରାରୀ ବାପୁଙ୍କୁ ଆକ୍ରମଣ ଘଟଣା

ଆଧ୍ୟାତ୍ମିକ ଗୁରୁ ତଥା ରାମ କଥାର ଅନ୍ୟତମ ପ୍ରତିଷ୍ଠିତ ବର୍ଣ୍ଣନାକାରୀ ମୋରାରୀ ବାପୁଙ୍କୁ ଆକ୍ରମଣ ଘଟଣାରେ ସେ ଆକ୍ରମଣକାରୀଙ୍କୁ କ୍ଷମା ଦେଇଥିବା କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆକ୍ରମଣକାରୀଙ୍କୁ କ୍ଷମା କରିଦେଇଛନ୍ତି ମୋରାରୀ ବାପୁ
ଆକ୍ରମଣକାରୀଙ୍କୁ କ୍ଷମା କରିଦେଇଛନ୍ତି ମୋରାରୀ ବାପୁ

By

Published : Jun 20, 2020, 12:25 PM IST

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ତଥା ରାମ କଥାର ଅନ୍ୟତମ ପ୍ରତିଷ୍ଠିତ ବର୍ଣ୍ଣନାକାରୀ ମୋରାରୀ ବାପୁଙ୍କୁ ଆକ୍ରମଣ ଘଟଣାରେ ସେ ଆକ୍ରମଣକାରୀଙ୍କୁ କ୍ଷମା ଦେଇଥିବା କହିଛନ୍ତି । ଗୁରୁବାର ତାଙ୍କୁ ଦ୍ଵାରିକାରେ ପୂର୍ବତନ ବିଜେପି ବିଧାୟକ ପାବୁବା ମାନେକ ଆକ୍ରମଣ ଉଦ୍ୟମ କରିଥିବା ବେଳେ ସେ ମାନେକଙ୍କୁ କ୍ଷମା କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସୂଚନା ଅନୁସାରେ, ଅହିର-ଯାଦବ ସମ୍ପ୍ରଦାୟ ଆଧ୍ୟାତ୍ମିକ ଗୁରୁ ବାପୁଙ୍କୁ ଦ୍ୱାରିକା ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ, କାରଣ ବହୁ ବର୍ଷ ପୂର୍ବେ କୃଷ୍ଣଙ୍କ ବିଷୟରେ ବାପୁଙ୍କ ମନ୍ତବ୍ୟ ସହ ବିବାଦ ଲାଗି ରହିଥିଲା। ବାପୁ କୃଷ୍ଣଙ୍କର ଶେଷ ବର୍ଷ ଉପରେ ମନ୍ତବ୍ୟ ଦେଉଥିଲେ ଏବଂ ଶ୍ରୀମଦ୍ ଭାଗବତ ପୁରାଣରେ ଥିବା ଦୁଃଖଦ ପରିସ୍ଥିତି ବିଷୟରେ କହିଥିଲେ। ଏହାକୁ ନେଇ ବାପୁ କହିଛନ୍ତି ଯେ, କୃଷ୍ଣ ତାଙ୍କର ମୁଖ୍ୟ ଦେବତା, ସେ ଦ୍ଵାରିକା ମନ୍ଦିରରେ ପ୍ରଣାମ କରିବାକୁ ଓ ଅହିର-ଯାଦବ ସମ୍ପ୍ରଦାୟର ଲୋକଙ୍କୁ ଭେଟିବାକୁ ଚାହିଁଥିଲେ। ଏହି ସମୟରେ ତାଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିବା ଜଣାପଡିଛି। ବାପୁ ଆହୁରି କହିଛନ୍ତି ଯେ, ସେ ଏମିତି କିଛି କେବେ କହିବାକୁ ଚାହିଁ ନାହାନ୍ତି ଯାହା ଲୋକଙ୍କ ଭାବନାକୁ ଆଘାତ ଦେବ।

ବାପୁଙ୍କ ସହ ଘଟିଥିବା ଏମିତି ଘଟଣାକୁ ନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନିନ୍ଦା କରିବା ସହ ଆଧ୍ୟାତ୍ମିକ ଜଗତର ଅନ୍ୟ ଗୁରୁମାନେ ମଧ୍ୟ ନିନ୍ଦା କରିଛନ୍ତି ।

ABOUT THE AUTHOR

...view details