ନୂଆଦିଲ୍ଲୀ: ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି ମାରାତ୍ମକ କୋରୋନା ଭାଇରସ । ବିଶ୍ବର 120ରୁ ଉର୍ଦ୍ଧ୍ବ ଦେଶରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଭାରତରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ 24 ଘଣ୍ଟାରେ ଭାରତରେ 3722 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 134 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 78003 ପହଞ୍ଚିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
କୋରୋନା ଅପଡେଟ୍: ଦେଶରେ 78000 ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା - କୋରୋନା ଭାଇରସ
ଗତ 24 ଘଣ୍ଟାରେ ଭାରତରେ 3722 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 134 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 78003 ପହଞ୍ଚିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
Breaking News
ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 49219 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 26235 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 2549 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।