ଓଡିଶା

odisha

ETV Bharat / bharat

ଦିଲ୍ଲୀରୁ ଇରାକ୍ ଉଡିଲା ପ୍ରଥମ ସ୍ପାଇସ୍-ଜେଟ୍, ଔଷଧ ଓ ଚିଙ୍ଗୁଡି ପରିବହନ ଉପରେ ଗୁରୁତ୍ବ - ଦିଲ୍ଲୀରୁ ଇରାକ୍ ଉଡିଲା ପ୍ରଥମ ସ୍ପାଇସ୍-ଜେଟ୍

ଦିଲ୍ଲୀ ବିମାନ ବନ୍ଦରରୁ ଇରାକ୍ ଉଡିଛି ପ୍ରଥମ ସ୍ପାଇସ୍-ଜେଟ୍। ଔଷଧ ଏଵଂ ଚିଙ୍ଗୁଡି ପରିଵହନ କ୍ଷେତ୍ରରେ ଗୁରୁତ୍ବ ଦିଆଯାଉଛି। କୋରୋନା ଭାଇରସ୍ ସଂକ୍ରମଣ ସୃଷ୍ଟି ହେଵା ପରେ ଗମନାଗମନ ଠପ୍ ହୋଇ ଯାଇଥିଲା।

spicejet
ଦିଲ୍ଲୀରୁ ଇରାକ୍ ଉଡିଲା ପ୍ରଥମ ସ୍ପାଇସ୍-ଜେଟ୍, ଔଷଧ ଓ ଚିଙ୍ଗୁଡି ପରିବହନ ଉପରେ ଗୁରୁତ୍ବ

By

Published : May 12, 2020, 10:05 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରୁ ଇରାକ୍ ଉଡିଛି ପ୍ରଥମ ସ୍ପାଇସ୍-ଜେଟ୍। ଔଷଧ ଏଵଂ ଚିଙ୍ଗୁଡି ପରିଵହନ କ୍ଷେତ୍ରରେ ଗୁରୁତ୍ବ ଦିଆଯାଉଛି। କୋରୋନା ଭାଇରସ୍ ସଂକ୍ରମଣ ସୃଷ୍ଟି ହେଵା ପରେ ଗମନାଗମନ ଠପ୍ ହୋଇ ଯାଇଥିଲା।

ଏଵେ ଲକ୍-ଡାଉନ୍ ମଧ୍ୟରେ ଆକାଶମାର୍ଗରେ ପରିବହନ ସ୍ବଭାବିକ କରିଵାକୁ କେନ୍ଦ୍ର ସରକାର ଆଗଭର ଥିବା ଜଣାପଡିଛି। ସ୍ପାଇସଜେଟ୍ ପରିଚାଳନା କର୍ତ୍ତୃପକ୍ଷ ସୂତ୍ରରୁ ପ୍ରକାଶ ଯେ, ଗତକାଲି (ସୋମବାର) 20 ଟନ୍ ଚିକିତ୍ସା ସାମଗ୍ରୀ ନେଇ ଇରାକ୍ ରାଜଧାନୀ ବାଗଦାଦକୁ ଏହାର ପ୍ରଥମ ମାଲବାହୀ ବିମାନ ଚଳାଚଳ କରିଥିଲା। ଏହି ବିମାନଟି ଦିଲ୍ଲୀରୁ ରାଜଧାନୀ ଇରାକକୁ B737 ମାଲବାହୀ ବିମାନ ବ୍ୟବହାର କରାଯାଇଥିଲା।

ସ୍ପାଇସଜେଟ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂ କହିଛନ୍ତି, "ମଧ୍ୟ ପୂର୍ବରେ ଥିବା ଆମର ନେଟୱର୍କରେ ବାଗଦାଦ ହେଉଛି ସର୍ବଶେଷ ଯୋଗ। ଆମେ ଇରାକକୁ 20 ଟନ୍ କୋଭିଡ୍-19 ସମ୍ବନ୍ଧୀୟ ଚିକିତ୍ସା ସାମଗ୍ରୀ ପରିବହନ କରିଛୁ ।

ଅନ୍ୟ ଏକ ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ, ଗତ 3 ମାସ ମଧ୍ୟରେ 950 ଟନ୍ ଚିଙ୍ଗୁଡ଼ି ପରିବହନ କରାଯାଇଥିଲା। ଯେତେବେଳେ କୋରୋନା ଭାଇରସ୍ ପାଇଁ ଦେଶରେ ଲକ୍-ଡାଉନ୍ ଆରମ୍ଭ ହୋଇଥିଲା, ପରିଵହନ ନିମନ୍ତେ ହେଉଥିବା ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଏଯାଵତ୍ ଲକ୍-ଡାଉନ୍ ଅବଧି ପାଇଁ ସମସ୍ତ ବାଣିଜ୍ୟିକ ଯାତ୍ରୀ ବିମାନ ଚଳାଚଳ କାର୍ଯ୍ୟ ସ୍ଥଗିତ ରଖାଯାଇଛି। ତେବେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଦ୍ୱାରା ଅନୁମୋଦିତ କାର୍ଗୋ ଫ୍ଲାଇଟ୍, ମେଡିକାଲ୍ ଏଭ୍ୟୁକେସନ୍ ଫ୍ଲାଇଟ୍ ଏବଂ ସ୍ୱତନ୍ତ୍ର ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି।

ABOUT THE AUTHOR

...view details