ନୂଆଦିଲ୍ଲୀ: ସଂସଦରେ ଏସପିଜି (ସଂଶୋଧନ) ବିଧେୟକ, 2019 ପାରିତ । ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିବାବେଳେ ମଙ୍ଗଳବାର ଏହା ରାଜ୍ୟସଭାରେ ପାରିତ ହୋଇଛି । ଧ୍ବନିମତରେ ପାରିତ ହୋଇଛି ବିଧେୟକ । ତେବେ ବିଧେୟକ ପାରିତ ସମୟରେ କଂଗ୍ରେସ ସାଂସଦ ଗୃହତ୍ୟାଗ କରିଥିଲେ।
ରାଜ୍ଯସଭାରେ ଏସପିଜି (ସଂଶୋଧନ) ବିଧେୟକ, 2019 ପାରିତ - SPG amendment bill 2019 passes in rajya sabha
ସଂସଦରେ ଏସପିଜି (ସଂଶୋଧନ) ବିଧେୟକ, 2019 ପାରିତ। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିବାବେଳେ ମଙ୍ଗଳବାର ଏହା ରାଜ୍ୟସଭାରେ ପାରିତ ହୋଇଛି।
ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କର ବିବୃତି ପରେ ଏହି ବିଧେୟକ ଧ୍ବନିମତରେ ପାରିତ ହୋଇଛି । ଏହି ବିଧେୟକକୁ ବିଜେଡି ସମର୍ଥନ କରିଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ସମର୍ଥନ କରିବା ସହ ବିଜେଡି ଏହି ବିଧେୟକକୁ ସମର୍ଥନ କରୁଛି ବୋଲି କହିଥିଲେ ।
ସଂଶୋଧନ ବିଧେୟକ ଅନୁସାରେ, ଏସପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଯୋଗାଇ ଦିଆଯିବ । ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ସରକାରୀ ଘରେ ରହିଲେ ସର୍ବାଧିକ 5 ବର୍ଷ ପାଇଁ ଏହି ସୁରକ୍ଷା ଯୋଗାଇ ଦିଆଯିବ ବୋଲି ବିଧେୟକରେ ଉଲ୍ଲେଖ ରହିଛି। କିଛି ଦିନ ପୂର୍ବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନିକଟରୁ ଏସପିଜି ଉଠାଯିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି।