ଓଡିଶା

odisha

ETV Bharat / bharat

ଗୁଳି କରି ଆତ୍ମହତ୍ୟା କଲେ ଏସପିଏଫ କନେଷ୍ଟବଳ - ଏସପିଏଫ କନେଷ୍ଟବଳ

ରବିବାର ସକାଳେ ସିକନ୍ଦରାବାଦରେ ସ୍ପେଶିଆଲ ପ୍ରୋଟେକ୍ସନ ଫୋର୍ସ (ଏସପିଏଫ)ର ଜଣେ କନେଷ୍ଟବଳ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡିଛି। ଅଧିକ ପଢନ୍ତୁ...

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଏସପିଏଫ କନେଷ୍ଟବଳ
ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଏସପିଏଫ କନେଷ୍ଟବଳ

By

Published : Nov 1, 2020, 7:35 PM IST

ହାଇଦ୍ରାବାଦ: ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସ୍ପେଶିଆଲ ପ୍ରୋଟେକ୍ସନ ଫୋର୍ସ (ଏସପିଏଫ)ର ଜଣେ କନେଷ୍ଟବଳ । ରବିବାର ସକାଳେ ସିକନ୍ଦରାବାଦରେ ସ୍ପେଶିଆଲ ପ୍ରୋଟେକ୍ସନ ଫୋର୍ସ (ଏସପିଏଫ)ର ଜଣେ କନେଷ୍ଟବଳ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରବିବାର ସକାଳେ କନେଷ୍ଟବଳ ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବିମିଙ୍ଗ୍ ପୁଲରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ତେବେ ମୃତ କନେଷ୍ଟବଳ ଜଣଙ୍କ ନାମ ମଧୁ ଅଟେ । ସେ ଏସପିଏଫ ସହିତ କାମ କରୁଥିଲେ । ଗତ କିଛି ବର୍ଷ ଧରି ସେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ନିୟୋଜିତ ହୋଇଥିଲେ । ଏପଟେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details