ଓଡିଶା

odisha

ETV Bharat / bharat

ଆର୍ମି ଓ ନାଭାଲ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ଚଳାଇବ ସ୍ବତନ୍ତ୍ର ଟ୍ରେନ - Special trains

ଏନ୍‌ଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନେଇଛି ନିଷ୍ପତି । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ଅଧିକ ପଢନ୍ତୁ..

ଆର୍ମି ଓ ନାଭାଲ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ଚଳାଇବ ସ୍ବତନ୍ତ୍ର ଟ୍ରେନ
ଆର୍ମି ଓ ନାଭାଲ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ଚଳାଇବ ସ୍ବତନ୍ତ୍ର ଟ୍ରେନ

By

Published : Sep 4, 2020, 8:19 PM IST

ହାଇଦ୍ରାବାଦ: ଏନ୍‌ଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନେଇଛି ନିଷ୍ପତି । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ରାଜ୍ୟର ବିଭିନ୍ନ ସ୍ଥାନରୁ କଟକ, ସମ୍ବଲପୁର ଓ ବିଶାଖାପାଟଣାକୁ ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଚାଲିବ।

ସୂଚନା ଅନୁସାରେ ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ସେପ୍ଟେମ୍ବର ୫ ତାରିଖ ଅର୍ଥାତ ଶନିବାର ସନ୍ଧ୍ୟା ୫ଟାରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ଚଳାଚଳ କରିବ। ଟ୍ରେନ୍‌ଗୁଡ଼ିକ ଅନୁଗୁଳରୁ କଟକ, ବ୍ରହ୍ମପୁରରୁ କଟକ, ପାରାଦୀପରୁ କଟକ, କେନ୍ଦୁଝରରୁ କଟକ, ବାଲେଶ୍ୱରରୁ କଟକ ଚାଲିବ।

ଏନ୍‌ଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ସେପ୍ଟେମ୍ବର ୬ ତାରିଖ ସକାଳେ ରହିଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ସେହିପର ରାଉରକେଲାରୁ ସମ୍ବଲପୁର, କଣ୍ଟାବାଞ୍ଜିରୁ ସମ୍ବଲପୁର, ଆନ୍ଧ୍ରପ୍ରଦେଶର ଇଚ୍ଛାପୂରମରୁ ବିଶାଖାପାଟଣା ଚାଳିବା ନେଇ ସୂଚନା ପ୍ରଦାନ କରିଛି ପୂର୍ବତଟ ରେଳପଥ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details